ଓଡ଼ିଶା ମାଟି ତଳେ ଲୁଚିଛି ବହୁମୂଲ୍ୟ ହୀରା

୧୯/୦୩/୨୦୨୬:ଆଜି ବିଧାନସଭାରେ ଖଣି ମନ୍ତ୍ରୀ ସଂପର୍କିତ ତଥ୍ୟ ରଖିବା ପରେ, ଓଡ଼ିଶାର ଗାଁରେ ମିଳିଛି ହୀରାର ସନ୍ଧାନ। ମାଟି ତଳେ ଲୁଚିଛି ବହୁମୂଲ୍ୟ ହୀରା । ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଲମିଦାଦର । ଯେଉଁଠି ବହୁ ବର୍ଷ ତଳେ ମିଳିଥିଲା ହୀରା ଖଣିର ସନ୍ଧାନ । ଆଜି ବିଧାନସଭାରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏଠାକାର ହୀରା ପଥର ପ୍ରସଙ୍ଗରେ ଉତ୍ତର ରଖିବା ପରେ, ଏହି ଗାଁରେ ପହଞ୍ଚିଥିଲା କନକ ନ୍ୟୁଜ୍ । ୨୦୦୨-୦୩ ମସିହା ବେଳକୁ ଖଣି ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ସର୍ଭେ ହେବା ସହ, କ୍ୟାମ୍ପ୍ ଲଗାଯାଇ ଖୋଳାଖୋଳି ଓ ଭୂତଳ ନମୁନା ସଂଗ୍ରହ ପାଇଁ ଡ୍ରିଲିଂ ହୋଇଥିଲା । କେବଳ ନୂଆପଡ଼ାରେ ହୀରା ନୁହେଁ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବା ଚିହ୍ନଟ ହୋଇଛି । ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ବାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବା ଆକଳନ ହୋଇଛି । କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି ।
ଏହାପରେ ଗାଁ ଲୋକେ ମଧ୍ୟ ସେହି ଖୋଳାଯାଇଥିବା ସ୍ଥାନରୁ ଅଳ୍ପ କିଛି ହୀରା ପାଇଥିବା ଚର୍ଚ୍ଚା ହୋଇଥିଲା । ପରେ ପ୍ରଶାସନର କଟକଣା ସହ ସେହି ଅଞ୍ଚଳରେ ସର୍ଭେ କାମ କିଛି ବର୍ଷ ହେବ ବନ୍ଦ ରହିଛି । ତେବେ ଆଜି ପୁଣି ସରକାର ହୀରା ଖଣି ପ୍ରସଙ୍ଗ ଉଠାଇବା ସହ ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି ବୋଲି ଜଣାଇଛନ୍ତି । ଫଳରେ ଚାଷବାସ କରି ଚଳୁଥିବା ଏହି ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ