ଓଡିଶାରେ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ

ଭୁବନେଶ୍ବର: ଓଡିଶାରେ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖକୁ ସେପ୍ଟେମ୍ବର ୨୧ କୁ ଘୁଞ୍ଚାଇ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ସଂଶୋଧନ କାର୍ଯ୍ୟ ପାଇଁ ଜୁଲାଇ ୧ ଯୋଗ୍ୟତା ତାରିଖ ଭାବେ ବଳବତ୍ତର ରହିବ ।

କିନ୍ତୁ ଦାବି ଓ ଆପତ୍ତି ଦାଖଲ ଅବଧିକୁ ଦୁଇ ସପ୍ତାହ ଅର୍ଥାତ ଅଗଷ୍ଟ ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯାହାକି ଜୁଲାଇ ୫ ରୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବାର ଥିଲା। ସେହିପରି ନୋଟିସ ଜାରି, ଆବେଦନ ଗୁଡ଼ିକର ଯାଞ୍ଚ, ଶୁଣାଣି, ଦାବି ଓ ଆପତ୍ତିର ସମାଧାନ ପାଇଁ ସୂଚୀକୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଜୁଲାଇ ୫ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିଲା।

ଓଡିଶାରେ ଏସଆଇଆର 2026 କାର୍ଯ୍ୟକ୍ରମ ମେ ୩୦ ରୁ ଆରମ୍ଭ ହୋଇଥିଲା। ମାସେ ବ୍ୟାପୀ ଚାଲିଥିବା ଘରକୁ ଘର ସର୍ଭେ ପରେ ଜୁଲାଇ ୫ ରେ ପ୍ରକାଶିତ ରାଜ୍ୟର ନୂତନ ଚିଠା ଭୋଟର ତାଲିକାରୁ ପ୍ରାୟ ୨୦.୧୪ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇ ସାରିଛି। ପ୍ରଥମ ପର୍ଯ୍ୟାୟ SIR ପରେ ନିର୍ବାଚନ କମିଶନ ପ୍ରାୟ ୪୬.୩୬ ଲକ୍ଷ ଭୋଟରଙ୍କ ବିବରଣୀରେ ଯୁକ୍ତିଯୁକ୍ତ ବିସଙ୍ଗତି ମଧ୍ୟ ଚିହ୍ନଟ କରିଛନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ପ୍ରାୟ ୧୨ ଲକ୍ଷ ଭୋଟର ମାନଚିତ୍ରିତ ହୋଇନଥିବା ଜଣାପଡ଼ିଛି।
ବର୍ଷା ବିତ୍ପାତ ଓ ବନ୍ୟା ସ୍ଥିତି ଯୋଗୁଁ ଏହି କାର୍ଯ୍ୟରେ ସାମିଲ ଥିବା କର୍ମଚାରୀ ବିଭିନ୍ନ ସମସ୍ୟା ଭୋଗୁଥିବା ଦର୍ଶାଇ ପୂର୍ବରୁ ନିର୍ବାଚନ ଅଧିକାରୀ ଏଥିରେ ସ୍ଥାୟୀ ପଦକ୍ଷେପ ନେବାକୁ ବିଜେପି ପ୍ରତିନିଧି ମଣ୍ଡଳୀ ଦାବି କରିଥିଲେ । ତେବେ ଫର୍ମ 6 ରେ ନୂଆ ଭୋଟର ଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ବାଦ ଓ ଫର୍ମ 8ରେ ସଂଶୋଧନ କରିହେବ ।

3 କୋଟି 13 ଲକ୍ଷ 87 ହଜାର 34 ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର 1 କୋଟି 60 ଲକ୍ଷ 19 ହଜାର 176 ଥିବା ବେଳେ ମହିଳା ଭୋଟର 1 କୋଟି 53 ଲକ୍ଷ 65 ହଜାର 83 ଅଛନ୍ତି । 2775 ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଚିଠା ଭୋଟର ତାଲିକା ସମସ୍ତ ରାଜନୈତିକ ଦଳ ଗୁଡିକୁ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ରଖି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଲନ ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ