କାଠଯୋଡି ପଠାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ: ପରମହଂସ କୋଚିଲାଇ ନିକଟ କାଠଯୋଡି ନଦୀ ପଠାରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମହିଳାଙ୍କ ମୁହଁ ଓ ବେକରେ ଗଭୀର କ୍ଷତ ରହିଛି । ଘଟଣା ସ୍ଥଳରୁ ଏକ ଧାରୁଆ ଅସ୍ତ୍ର ସହ ଗ୍ଲୋଭ୍ସ ଏବଂ ମଙ୍କି କ୍ୟାପ୍‌ ଜବତ କରାଯାଇଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କଟକ ଜିଲ୍ଲାରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, କାଠଯୋଡି ନଦୀ ପଠାରେ ଜଣେ ମହିଳାଙ୍କ ମୃତଦେହ ପଡ଼ି ରହିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ମହିଳାଙ୍କ ମୁହଁ ଓ ବେକରେ ଗଭୀର କ୍ଷତ ଥିବା ବେଳେ ତାଙ୍କ ହାତରେ ପିତା ବୋଲି ଲେଖା ଥିବା ନେଇ ସୂଚନା ମିଳିଛି । ମହିଳା ଜଣଙ୍କ ଓଡ଼ିଆ ହୋଇଥିବା ପୋଲିସ ସନ୍ଦେହ କରୁଛି । ଡଗ୍‌ ସ୍କ୍ୱାର୍ଡ ଏବଂ ଏକ ସାଇଣ୍ଟିଫିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

  • Related Posts

    ପିଆଜ ଦର ବୃଦ୍ଧି

    କଟକ: ଡାଲି, ତେଲ ,ଚାଉଳ, କଞ୍ଚା ପରିବା ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ଯେଉଁ ପିଆଜ ଦର ଗତ କିଛି ଦିନ ତଳେ ସ୍ୱାଭାବିକ ଥିଲା, ଏବେ ହଠାତ୍‌ ବୃଦ୍ଧି ପାଇଛି । ପୂର୍ବରୁ ପିଆଜ କିଲୋପ୍ରତି…

    Continue reading
    ଆଜିଠୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ

    ଭୁବନେଶ୍ବର: ଆଜିଠୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଡ଼ି ପବନ ବହିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକୁ ପ୍ରବଳରୁ ଅତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ