
ଦେବଗଡ:ମେରା ଯୁବା ଭାରତ ଓ ଭାଇ ଭାଇ ଯୁବକ ସଂଘର ମିଳିତ ସହଯୋଗରେ ତିଲେଇବଣି ବ୍ଲକର ଭେରୁବଣୀ ଖେଳ ପଡିଆରେ କ୍ଳଷ୍ଟରସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିlଏଥିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କ୍ରୀଡା ଶିକ୍ଷକ ଡୋଳାନନ୍ଦ ପ୍ରଧାନ ଓ ଇନ୍ଦ୍ରମଣି ସାହୁ ଖେଳକୁ ପରିଚାଳନା କରିଥିଲେlଭାଇ ଭାଇ ଯୁବକ ସଂଘର ସଭାପତି ବାଉରୀବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସରପଞ୍ଚ ଉଦିତ୍ ନାୟକ ମୁଖ୍ୟଅତିଥି,ଶିକ୍ଷାବିତ ତରଣୀସେନ ପ୍ରଧାନ,ବରିଷ୍ଠ ନାଗରିକ କିଶୋର ଚନ୍ଦ୍ର ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।ମେରା ଯୁବା ଭାରତ ଦେବଗଡର ପ୍ରଦୀପ ବିଶ୍ବାଳ ଯୋଗ ଦେଇ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବାର ଆବଶ୍ୟକତାଏବଂ ଯୁବକ ଯୁବତୀ ମାନେ ଦେଶ ଗଠନରେ ନିଜ ନିଜର ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ l ସ୍ଵେଚ୍ଛାସେବୀ ନରେଶ ସାମଲ ଓ ରୋହିତେଶ୍ବର ଭୋଇ ସହଯୋଗ କରିଥିଲେ।






