
ଦେବଗଡ:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜନଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ସକାଳେ ସହର ସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।ପରେ ସ୍ଥାନୀୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ପୂର୍ବ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ପାଣିଗ୍ରାହୀ,ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ରଶେଖର ଭୁକ୍ତା,ଉପଜିଲ୍ଲାପାଳ ରଶ୍ମୀ ରଞ୍ଜନ ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।ପରେ ଜନଜାତି ହିତାଧୀକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ତତସହିତ ଜନଜାତି ବର୍ଗରେ ବିଶେଷ ଭାବେ ଦେଖାଯାଉଥୁବା ରକ୍ତହୀନତା ଜନିତ ସମସ୍ୟା ଓ ଏହାର ନିରାକରଣ ଇତ୍ୟାଦି ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାIଏହାପରେ ଜନଜାତି ବର୍ଗର କଳାକାରମାନେ ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ,ସ୍ଵୟଂ ସହାୟକ ଗୋଷ୍ଠୀ,ସମସ୍ତ ବ୍ଲକରୁ ଆସିଥିବା ଅନୁସୂଚିତ ଜନଜାତି ଅଧିବାସୀ ଉପସ୍ଥିତ ଥିଲେ।ସେହିପରି ତିଲେଇବଣି ବ୍ଲକର କଳାମାଟିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଡୋମନ ଏକ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ମନୋରଞ୍ଜନ ବାରିକ,ଅଧ୍ୟାପିକା ରିମଲୀବାନାର୍ଜୀ,ସୌମିତ ଘୋଷ,କ୍ଷେତ୍ର ମୋହନ ପାତ୍ର ଓ ଲଳିତ ମୋହନ ପ୍ରଧାନ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଦଶରଥ ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ନନ୍ଦିନୀ ସାହୁ ଧନ୍ୟବାଦ ଦେଇଥିଲେ।ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହିପରି ଜିଲ୍ଲା ମୁଣ୍ଡା ମହାସମାଜ ପକ୍ଷରୁ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି, ବାମଣ୍ଡା ରାଜପରିବାର ସଦସ୍ୟା ଅରୁନ୍ଧତୀ ଦେବୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଚନ୍ଦ୍ରଶେଖର ଭୁକ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା।ସଂଗଠନର ଉପଦେଷ୍ଟା ସହଦେବ ମୁଣ୍ଡା ଓ ବାସୁଦେବ ମୁଣ୍ଡାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ବାରକୋଟ ବ୍ଲକର କରମଗୁଡା ଗ୍ରାମରେ ହୋ ସମାଜ ପକ୍ଷରୁ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜୀବନ ମାର୍ଶାଲ ହୋ ସମାଜର କାର୍ଯ୍ୟାଳୟକୁ ମୁଖ୍ୟଅତିଥି ଶ୍ରୀ ବିଶ୍ବାଳ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିକ୍ରମ ବଦରା,ସଂପାଦକ ପୋଲସ୍ତି ସଏ,କମିଟିର ସଦସ୍ୟ ଘନଶ୍ୟାମ ସଏ, ପିଙ୍କୁ ସାମାଡ, ନନ୍ଦଲାଲ ସମାଡ, ଶୁନିଲି ସାମାଡ, ଧନଞ୍ଜୟ ସଏ,ବସନ୍ତ ଗାଗରାଇ,ସଂଜୀବ ହେମ୍ରମଙ୍କ ସମେତ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।






