ଖୁବ୍‍ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା : ମନ୍ତ୍ରୀ

ଭୁବନେଶ୍ବର : ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନେ ୩ ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଭତ୍ତା ପାଇଁ ହିତାଧିକାରୀ ପଞ୍ଚାୟତ କାର୍ୟ୍ୟାଳୟ ଦୌଡ଼ୁଛନ୍ତି। କାହିଁକି ଆମକୁ ଭତ୍ତା ଦେଉନ ବୋଲି ସରପଞ୍ଚମାନଙ୍କୁ ଅଭିଯୋଗ କରୁଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କେତେବେଳେ ୭ ଦିନ ଭିତରେ ଭତ୍ତା ମିଳିବ ବୋଲି କହୁଛନ୍ତି ତ ଆଉ କେତେବେଳେ ଖୁବ୍‍ଶୀଘ୍ର ଭତ୍ତା ଟଙ୍କା ମିଳିବ ବୋଲି ଗଣମାଧ୍ୟମରେ ବୟାନ ଦେଉଛନ୍ତି। କିନ୍ତୁ ଏପର୍ୟ୍ୟନ୍ତ ଭତ୍ତା ମିଳିପାରି ନାହିଁ।

ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏ ସରକାର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ଠକୁଛନ୍ତି। ବୈଷୟିକ ତ୍ରୁଟି ଆଳରେ ସେମାନଙ୍କ ୩ ମାସର ଭତ୍ତା ବନ୍ଦ କଲେଣି। ବାସ୍ତବରେ ବୈଷୟିକ ତ୍ରୁଟି ନା ଏହି ଟଙ୍କାକୁ ଆଉ କେଉଁ ବାଟରେ ଖର୍ଚ୍ଚ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ହିତାଧିକାରୀଙ୍କୁ ସରକାର ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରନ୍ତୁ। ନ ହେଲେ ଲୋକେ ବିଜେପି ନେତାଙ୍କୁ ଗାଁରେ ପ୍ରବେଶ କରାଇ ଦେବେ ନାହିଁ। ଅପରପକ୍ଷେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଖୁବଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଯିବ। ସଫ୍ଟୱେରରେ କିଛି ତ୍ରୁଟି ରହିଛି ଏବଂ ତାକୁ ସଂଶୋଧନ କରାଯାଉଛି। ଏଥିପାଇଁ ହିତାଧିକାରୀଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଅଳ୍ପଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଯିବ।

  • Related Posts

    ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ

    ଭୂବନେଶ୍ବର: ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ଅନନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖ କେନାଲ ବନ୍ଧ ପାଖରେ ପଡ଼ିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରେ ପଡ଼ିଛି…

    Continue reading
    ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ, ବନ୍ଦ ରହିଲା ଅଭିଯୋଗ ଶୁଣାଣି ଶିବିର

    ଦେବଗଡ଼:ବାର‌କୋଟ ବ୍ଲକର ପୁରୁଣାପାଣି ଠାରୁ ଗୁରୁଜାଙ୍ଗ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଆଜିକୁ ୬ମାସରୁ ଉର୍ଦ୍ଧ୍ବ ହେବ ଉକ୍ତ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ତେବେ ଗ୍ରାମବାସୀମା‌ନେ ଉକ୍ତ ରାସ୍ତାକୁ ସଂପୂର୍ଣ୍ଣ କରିବା ପାଇଁ ବାରମ୍ବାର ଦାବି କରୁଥିବାବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ