ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର: ନିଟ୍ ପେପର ଲିକକୁ ନେଇ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ଝଡ ଉଠିଛି l କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ରାଜ୍ୟରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ l ପାଠ୍ୟ ପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ପାଇଁ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦାବିରେ ଅଡି ବସିଛନ୍ତି ଉଭୟ ବିରୋଧୀ । ଏଥିପାଇଁ 7 ଦିନର ଅଲଟିମେଟମ୍ ଦେଇଛି କଂଗ୍ରେସ ।
ବିଜେଡ଼ି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ବହୁ ପୂର୍ବରୁ ଇସ୍ତଫା ଦେବା କଥା । ଇସ୍ତଫା ଦେବାରେ ବହୁତ ବିଳମ୍ବ ହୋଇଛି । ଜନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଯୁବଗୋଷ୍ଠୀଙ୍କୁ ପୋଲିସ ଲଗାଇ ମାଡ଼ ମାରିଲେ ସରକାର । ଫଳରେ ଆନ୍ଦୋଳନ ସବୁ ରାଜ୍ୟ ଓ ଜିଲ୍ଲା ସ୍ତରକୁ ବ୍ୟାପିଲା । ଆନ୍ଦୋଳନ ଏତେ ବ୍ୟାପକ ହେଲା ଯେ, ବାଧ୍ୟ ହୋଇ ଧର୍ମେନ୍ଦ୍ର ଇସ୍ତଫା ଦେଇଛନ୍ତି । ସେହିଭଳି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ବି ଇସ୍ତଫା ଦେବା କଥା। ହେଲେ ଗଣତନ୍ତ୍ରକୁ ବିରୋଧ କରୁଛି ବିଜେପି । ବହିରେ ଏତେ ବଡ ତ୍ରୁଟି ହେଲା, କିନ୍ତୁ ସରକାରଙ୍କର ଖାତିର ନାହିଁ । ଏତେ ବଡ଼ ଭୁଲ କେବେ ଓଡ଼ିଶାରେ ହୋଇ ନଥିଲା। ଲୋକଙ୍କ ରାଜସ୍ୱ ନଷ୍ଟ ହେଲା। ପିଲାଙ୍କ ଭବିଷ୍ୟତ ଅନ୍ଧାର ହେଲା । ଉତ୍ତର ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା କଥା’ ବୋଲି କହିଛନ୍ତି ବିଜେଡି ବିଧାୟକ ।

ଅନ୍ୟପକ୍ଷେ ପେପର ଲିକ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଇତ୍ୟାଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ l ଜେନ-ଜି ଆନ୍ଦୋଳନ ପରେ ବିଜେପିର କାଉଣ୍ଟ ଡାଉନ ଆରମ୍ଭ ହେଲା ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ l ଭକ୍ତ କହିଛନ୍ତି, ‘ଗରିବଙ୍କ ପାଇଁ ଥିବା ଯୋଜନାକୁ ବନ୍ଦ କରିଛି ବିଜେପି ସରକାର। ଲୋକ ଭୟରେ କିଛି କହୁ ନଥିଲେ। ଯୁବ ସମାଜ ନୂଆ ଆଶା ଦେଖାଇଲା । ଯୁବଗୋଷ୍ଠୀଙ୍କୁ ଅଣଦେଖା କରିବା ବିଜେପିକୁ ମହଙ୍ଗା ପଡିଲା । ଆଜି ଦେଶର ରାଜନୀତି ବଦଳାଇ ଦେଲେ ଏହି ଯୁବଗୋଷ୍ଠୀ । ପିଲାମାନଙ୍କ ପ୍ରତି ଅନ୍ୟାୟ ହୋଇଛି । ଏହାକୁ ପିଲା କାହିଁକି ସହିବେ ? ବିଜେପିର ଏବେ କାଉଣ୍ଟ ଡାଉନ ଆରମ୍ଭ ହେଲା। ଧର୍ମେନ୍ଦ୍ର ପ୍ରାଧାନ ଖୁସିରେ ଇସ୍ତଫା ଦେଇ ନାହାନ୍ତି। ଚାପରେ ଦେଇଛନ୍ତି । ଏବେ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଇସ୍ତଫା ଦେବା ଉଚିତ’ ବୋଲି କହିଛନ୍ତି ପିସିସିି ସଭାପତି । ପିସିସି ସଭାପତି ଆହୁରି କହିଛନ୍ତି, ‘7 ଦିନ ଭିତରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେଲେ ଆଗାମୀ ଦିନରେ ଓଡ଼ିଶା ବନ୍ଦ ହେବ l’

ପିସିସି ସଭାପତି କହିଛନ୍ତି, ‘ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ। 7 ଦିନ ଭିତରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଓଡ଼ିଶା ବନ୍ଦ ହେବ। ରାଜ୍ୟର ଜେନ-ଜି ଆନ୍ଦୋଳନ ହେଲେ ତାଙ୍କ ସହ ରାଜ୍ୟ କଂଗ୍ରେସ ଠିଆ ହେବ। ତାଙ୍କର ସବୁ ଖର୍ଚ୍ଚ ବହନ କରିବ। ରାଜ୍ୟରେ ଆଗକୁ ବ୍ୟାପକ ଜେନ୍ ଜି ଆନ୍ଦୋଳନ ହେବ।’

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ