ଶିକ୍ଷାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କିନ୍ତୁ ସେ ସବୁବେଳେ ନିଜ କାମ ପ୍ରତି ନିଷ୍ଠା ପାଇଁ ପରିଚିତ । ପଦପଦବୀ ଅପେକ୍ଷା ଦେଶ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ଓ ଯୁବ ସମାଜର କଲ୍ୟାଣକୁ ସବୁଠୁ ଅଧିକ ପ୍ରାଥମିକତା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ସେ ତାଙ୍କର ରାଜନୈତିକ ପରିପକ୍ୱତା, ଉଚ୍ଚ ଆଦର୍ଶ ଓ ସମର୍ପଣ ଭାବର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।

ଶ୍ରୀ ପ୍ରଧାନଙ୍କ ଶିକ୍ଷା ମନ୍ତ୍ରୀ କାର୍ଯ୍ୟକାଳରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି । ୩୪ ବର୍ଷ ପରେ ଆସିଥିବା ନୂଆ ଜାତୀୟ ଶିକ୍ଷା ନୀତିକୁ ସେ ୫+୩+୩+୪ ଶିକ୍ଷା ଢାଞ୍ଚାରେ ଦେଶରେ କାର୍ଯ୍ୟକାରୀ କରିଥିଲେ । ଦେଶର ୧୪,୫୦୦ରୁ ଅଧିକ ସ୍କୁଲକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରିବାକୁ ପ୍ରୟାସ କରିଥିଲେ ।
ଜେଇଇ, ନିଟ୍‌ ଓ ସିୟୁଇଟି ଭଳି ସବୁ ଜାତୀୟ ପ୍ରବେଶିକା ପରୀକ୍ଷାକୁ ଓଡ଼ିଆ ସମେତ ୧୩ଟି ଭାଷାରେ କରାଗଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ସବୁ ଭାରତୀୟ ଭାଷାରେ ଡିଜିଟାଲ୍‌ ପାଠ୍ୟପୁସ୍ତକ ଉପଲବ୍ଧ ହେଲା । ପ୍ରାୟ ୧୩୮,୮୦୨ ରୁ ଅଧିକ ସ୍କୁଲରେ ଆଇସିଟି ଓ ସ୍ମାର୍ଟ କ୍ଲାସରୁମ୍‌ ବ୍ୟବସ୍ଥା ହୋଇଛି । ୮୦,୧୦୫ରୁ ଅଧିକ ସ୍କୁଲର ଭିତ୍ତିଭୂମି ସୁଦୃଢ଼ ହୋଇଛି । ତାଙ୍କ କାର୍ଯ୍ୟକାଳରେ ଦଶମ ଶ୍ରେଣୀ ପାସ୍‌ ହାର ୫୮% ରୁ ବୃଦ୍ଧି ପାଇ ୯୫.୫% ରେ ପହଞ୍ଚିଥିଲା ।

ତାଙ୍କ ପ୍ରୟାସରେ ଦେଶରେ ୭୬ରୁ ଅଧିକ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ଗ୍ଲୋବାଲ ଇନାଭେସନ ଇଣ୍ଡେକ୍ସରେ ଦେଶର ସ୍ଥାନ ୮୧ତମ ସ୍ଥାନରୁ ୩୮ତମ ସ୍ଥାନକୁ ଉଠିଲା । ଆଇଆଇଟି ସଂଖ୍ୟା ବଢ଼ି ୧୬ରୁ ୨୩ ହୋଇଛି । ଆଗରୁ ୧୩ଟି ଆଇଆଇଏମ ଥିବାବେଳେ ଏହା ୨୧କୁ ବଢ଼ିଛି । ଏମସ୍‌ ସଂଖ୍ୟା ୭ରୁ ବଢ଼ି ୨୦ ଓ ବିଶ୍ୱବିିଦ୍ୟାଳୟ ସଂଖ୍ୟା ୭୨୩ରୁ ବଢ଼ି ୧୨୧୩ରେ ପହଞ୍ଚିଛି ।

୪୦୧ କୋଟି ଖର୍ଚ୍ଚରେ ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ପ୍ରତିଷ୍ଠା ହୋଇଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ୬୦୦ କୋଟି ଟଙ୍କାର ଅନୁଦାନ ମିଳିଛି । ଆଇଆଇଟି ଭୁବନେଶ୍ୱର ପାଇଁ ୪୦୪ କୋଟି ଟଙ୍କା ଅନୁଦାନ ମିଳିଛି । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ୧୦୧ କୋଟି ଟଙ୍କା ଦିଆଯାଇଛି । ଏନଆଇଟି ରାଉରକେଲାକୁ ୩୦୦ କୋଟି ଟଙ୍କା ମିଳିଛି । ୧୨୩୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁରରେ ଆଇଜରର ସ୍ଥାୟୀ କ୍ୟାମ୍ପସ ଖୋଲିଛି ।

ପିଏମ-ଉଷା ଯୋଜନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଲେଖାଏଁ ଅନୁଦାନ ଦିଆଯାଇଛି । ୧୦୦ କୋଟି ଖର୍ଚ୍ଚରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ କ୍ୟାମ୍ପସ, ପୁରୀର ଭିତ୍ତିଭୂମି ବିକାଶ ହାଇଛି । ୧୬ କାଟି ବ୍ୟୟରେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର ଭୁବନେଶ୍ୱର ସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ରର ବିକାଶ ହୋଇଛି ।

ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ଓ ଭବିଷ୍ୟତ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରୟାସରେ ରାଜ୍ୟରେ ଜାତୀୟ ସ୍ତରର ଅନେକ ଖ୍ୟାତନାମା ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଖୋଲିଛି । ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ୨.୫ କୋଟିରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ଓ ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ ଓ ରଙ୍ଗବତୀ ରିସର୍ଚ୍ଚ ସେଣ୍ଟର ସହ ସୁବିଧା ହୋଇଛି । ନାଇଜର ଭୁବନେଶ୍ୱରରେ ୬୫୦ କୋଟି ବ୍ୟୟରେ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟର ସୁବିଧା କରାଯାଇଛି । ଆଇସି-ଆଇସିଟି ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ, ଜଟଣୀରେ ଏନଏସଟିଆଇ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା ହୋଇଛି । ସମ୍ବଲପୁରରେ ସିଆଇଆଇ ନ୍ୟାସନାଲ କୌଶଳ କେନ୍ଦ୍ର ଉଦଘାଟିତ ହୋଇଛି । ଓଡ଼ିଶାରେ ଉଦ୍ୟମିତାର ବିକାଶ ପାଇଁ ଓଡ଼ିଶା ଏଣ୍ଟ୍ରପ୍ରିନରସ ଡେଭଲପମେଣ୍ଟ ଫୋରମ୍‌ ଓ ସିଆଇଆଇ ସେଲ୍‌ ମାଇକ୍ରୋ ଓ ସ୍ମଲ ଏଣ୍ଟ୍ରପ୍ରିନରସ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡ଼ିଶାରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ୨.୪ ଲକ୍ଷ କୋଟିର ନିବେଶ ହୋଇଛି ।

  • Related Posts

    ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ସଂଶୋଧନ

    ଭୁବନେଶ୍ଵର : ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର, ବଦଳିଲା ଗାଇଡଲାଇନ୍। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି। ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ଯୋଜନାର…

    Continue reading
    ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ସୋମବାର ଅପରାହ୍ଣରେ କଟକସ୍ଥିତ ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ । ୪ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ