ଝିଅ ଦୁଷ୍କର୍ମକାରୀ ବାପାକୁ ୧୨ ବର୍ଷ କାରାଦଣ୍ଡ

ଭୁବନଶ୍ବେର : ଭୁବନେଶ୍ୱର ଆଡହକ ଆଡିସନାଲ ସେସନ୍ସ ଜଜ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପୋକସୋ)ର ବିଚାରପତି ସରୋଜ କୁମାର ସାହୁ, ଗତ ୨୦୨୧ ମସିହାରେ ଭୁବନେଶ୍ବର ମହିଳା ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବାପା ବିକୁ ଓରଫ ବିକ୍ରମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ ଲାଗି ସଶ୍ରମ କାରାଦଣ୍ଡାଦେଶ ସହିତ ୫,୦୦୦ଟଙ୍କା ଜୋରିମନା ଆଦେଶ ଶୁଣାଇଛନ୍ତି । ଜୋରିମନା ଅନାଦେୟ କ୍ଷେତ୍ରରେ ଅଧିକ ୫ ମାସର କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି ।
ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରା ନାବାଳିକା ପୀଡିତାଙ୍କ ବାପା । ସେ ନିୟମିତ ଭାବେ ମଦ୍ୟପାନ କରିବା ସହ ବିଭିନ୍ନ ଅସାମାଜିକ କାର୍ୟ୍ୟରେ ଲିପ୍ତ ରହୁଥିଲେ । ପୀଡିତାଙ୍କ ମା ଏହାର ବିରୋଧ କରିବାରୁ ଅଭିଯୁକ୍ତ ସ୍ବାମୀ ତାଙ୍କୁ ପ୍ରବଳ ମାଡ଼ ମାରୁଥିଲେ । ୨୦୨୧ ଜୁନ୍‌ ୧ ତାରିଖ ଅପରାହ୍ନରେ ପୀଡିତାଙ୍କ ମା ନିଜ ବଡ ଝିଅକୁ ସାଙ୍ଗରେ ନେଇ ନିକଟସ୍ଥ ହସ୍ପିଟାଲକୁ ଯାଇଥିବା ବେଳେ, ଘରେ ନାବାଳିକା ପୀଡ଼ିତା ଏକୁଟିଆ ଥିଲେ । ଏହି ସମୟରେ ଅଭିଯୁକ୍ତ ବାପା ପିଡ଼ିତାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଘଟଣା ସମ୍ପର୍କରେ ତାଙ୍କ ମା କିମ୍ବା ଅନ୍ୟ କାହାକୁ କହିଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ହସ୍ପିଟାଲରୁ ଫେରି ପୀଡିତାଙ୍କ ନିକଟରୁ ଘଟଣା ସମ୍ପର୍କରେ ଶୁଣିବା ପରେ ମା ଜଣକ ହତବାକ୍ ହୋଇଯାଇଥିଲେ, ଏବଂ ସେ କ’ଣ କରିବେ ହଠାତ କିଛି ନିର୍ଣ୍ଣୟ ନେଇପାରି ନଥିଲେ । ପରିଶେଷରେ ସେ ୨୦୨୧ ଜୁନ୍‌ ୯ ତାରିଖ ଦିନ ମହିଳା ଥାନାକୁ ଯାଇ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ଉପରୋକ୍ତ ମାମଲାକୁ ଭିତ୍ତିକରି ପୀଡିତାଙ୍କ ମା’ଙ୍କ ଏତାଲା ଆଧାରରେ ମହିଳା ଥାନା ଏକ ମାମଲା ରୁଜୁ କରାଯାଇଥିବା ବେଳେ, ତଦନ୍ତକାରୀ ଅଫିସର ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରାଙ୍କୁ ଗିରଫ କରିଥିଲେ ।ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୨ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରାଙ୍କୁ ଦଫା-୩୭୬(୨)(ଏଫ) ଆଧାରରେ ଉପରୋକ୍ତ ସଜା ଶୁଣାଇଛନ୍ତି । ଏହା ସହିତ ମାନ୍ୟବର ଆପେକ୍ସ କୋର୍ଟ ବିଭିନ୍ନ ମାମଲାରେ ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ୩ ଲକ୍ଷ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ