ଠେଙ୍ଗାରେ ପିଟି ବାପାଙ୍କୁ ହତ୍ୟା

ରେଙ୍ଗାଲି : ବୃଦ୍ଧାବସ୍ଥାରେ ସେବା କରିବ, ମୃତ୍ୟୁ ପୂର୍ବରୁ ପାଣିମୁନ୍ଦେ ଦେବ, ମରଶରୀରକୁ କାନ୍ଧ ଦେବ ଭଳି ପୁଅ ପାଖରୁ ଆଶା ରଖିଥାଏ ବାପା। ତେବେ ବାପାକୁ ଠେଙ୍ଗାରେ ପିଟି ପିଟି ବାପାଙ୍କୁ ମାରିଦେବା ଭଳି ଏକ ଘଟଣା ସମ୍ବଲପୁର ଜିଲା ରେଙ୍ଗାଲି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ଘଟିଯାଇଛି। ପାରିବାରିକ କଳହରୁ ଯୁକ୍ତିତର୍କ ହୋଇ ମଙ୍ଗଳପୁର ଗ୍ରାମର ଅଜୟ ଖଡ଼ିଆ ( ୧୯) ଶନିବାର ଅପରାହ୍ଣରେ ନିଜ ବାପା ସୁରେଶ ଖଡ଼ିଆ (୪୫)ଙ୍କୁ ଠେଙ୍ଗାରେ ନିର୍ଘାତ ପିଟିଥିଲା। ଫଳରେ ସୁରେଶ ଗୁରୁତର ଆହତ ହେବାରୁ ତାଙ୍କୁ ପରିବାର ଲୋକେ ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ଣରେ ସୁରେଶଙ୍କ ମୃତ୍ୟୁ ହୋଇଯାଇଛି। ସୁରେଶଙ୍କ ଝିଅ ଅନୁପମା ଏନେଇ ରବିବାର ରେଙ୍ଗାଲି ଥାନାରେ ଏତଲା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାସହ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି। ଅଭିଯୁକ୍ତ ପୁଅ ଅଜୟକୁ ଥାନାରେ ଅଟକ ରଖି ଜେରା ଚାଲିଥିବା ଆଇଆଇସି ବୁଲୁ ସ୍ବାଇଁ କହିଛନ୍ତି। ଅନ୍ୟ ଜାତିର ଝିଅକୁ ଅଜୟ ବିବାହ କରିଥିବାରୁ ଏହାକୁ କେନ୍ଦ୍ରକରି ବାପା ସୁରେଶଙ୍କ ସହ ତା’ର ଯୁକ୍ତିତର୍କ ହୋଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ଅଜୟ ନିଜ ବାପାକୁ ଠେଙ୍ଗାରେ ପିଟିଥିବା ଗ୍ରାମବାସୀ କହିଛନ୍ତି।

  • Related Posts

    ପହିଲି ରଜରେ ୫ କୋଟି ଆମିଷ ବିକ୍ରି

    ଭୁବନେଶ୍ୱର: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି । ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା, ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ…

    Continue reading
    ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା, ମଙ୍ଗଳବାର ରହିବ ବନ୍ଦ

    ବାରଙ୍ଗ: ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା ରହିବ ଏବଂ ମଙ୍ଗଳବାର ବନ୍ଦ ରହିବ । ସୋମବାର ପର୍ଯ୍ୟଟକଙ୍କ ପାଇଁ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରବିବାର ପହିଲି ରଜରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ