ଜମି ବିବାଦରୁ ବାପା, ସାବତ ମା’ଙ୍କୁ ବୀଭତ୍ସ ହତ୍ୟା

ବାଲିକୁଦା : ବାଲିକୁଦା ଥାନା ଅଳାଭର ପଞ୍ଚାୟତ ଅଧୀନ ତେରତାଙ୍ଗ ଗ୍ରାମରେ ଜମିଜମା ବିବାଦକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ପୁଅର କଟୁରି ଚୋଟରେ ବାପା ଓ ସାବତ ମାଙ୍କ ମୃତ୍ୟୁ ଘଟିଛି। ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ, ତେରତାଙ୍ଗ ଗ୍ରାମର ସତ୍ୟାନନ୍ଦ ପରିଡ଼ା (୬୮)ଙ୍କ ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ସେ ନିଆଳି ଥାନା ଅଧୀନ କର୍ସଦା ଗ୍ରାମର ଚାରୁଲତା ପରିଡ଼ା (୫୮)ଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଚାରୁଲତାଙ୍କ କୌଣସି ସନ୍ତାନ ନଥିବା ବେଳେ ସତ୍ୟାନନ୍ଦଙ୍କ ପ୍ରଥମ ପତ୍ନୀଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଝିଅ ଅନ୍ୟତ୍ର ବିବାହ କରିଥିବାବେଳେ ପୁଅ ଦିଲୀପ ତାଙ୍କ ପତ୍ନୀ ଓ ୬ ବର୍ଷର ପୁଅ ସହିତ ବାପାମାଆଙ୍କ ସହ ଘରେ ରହୁଥିଲେ। ତେବେ ଗତ କିଛିବର୍ଷ ଧରି ବାପାଙ୍କ ସହ ଜମିଜମା ବିବାଦକୁ ନେଇ ଦିଲୀପ ଘରଛାଡ଼ି ବାହାରେ ରହୁଥିଲେ। ଦିଲୀପ କାକଟପୁରରେ ଏକ ରାଇସ ମିଲରେ କାର୍ଯ୍ୟ କରୁଥିବାବେଳେ ରବିବାର ଘରକୁ ଆସିଥିଲେ। ଜମିଜମା ବିବାଦକୁ ନେଇ ବାପାଙ୍କ ସହ ଦିଲୀପଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପାଖରେ ରଖିଥିବା ଏକ କଟୁରିରେ ବାପା ସତ୍ୟାନନ୍ଦଙ୍କ ବେକକୁ ଦିଲୀପ ଏକ ଚୋଟ ପକାଇଥିଲା। ସାବତ ମା’ ଚାରୁଲତା ବିରୋଧ କରିବାରୁ ତାଙ୍କ ବେକକୁ ମଧ୍ୟ ଏକ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ସତ୍ୟାନନ୍ଦ ଏବଂ ଚାରୁଲତାଙ୍କ ମୃତ୍ୟୁ ଘଟିଥିଲା। ଘର ଭିତର ଶିଡ଼ିଘର ନିକଟରେ ସତ୍ୟାନନ୍ଦଙ୍କ ରକ୍ତାକ୍ତ ଶରୀର ପଡ଼ି ରହିଥିବା ବେଳେ ଘର ସମ୍ମୁଖରେ ଚାରୁଲତାଙ୍କ ରକ୍ତାକ୍ତ ଶରୀର ପଡ଼ି ରହିଥିଲା। ଉଭୟ ବାପା ମା’ଙ୍କୁ ହତ୍ୟା କରିବା ପରେ ଦିଲୀପ ଘର ସମ୍ମୁଖ ବାରଣ୍ଡାରେ ବସି ରହିଥିଲା। ଏନେଇ ଗ୍ରାମବାସୀ ୧୧୨କୁ ସୂଚନା ଦେଇଥିଲେ।
ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ଦିଲୀପକୁ କାବୁ କରି ଥାନାକୁ ନେଇଥିଲା। ତେବେ ବାପା ମାଙ୍କୁ ହତ୍ୟା କରିବା ପାଇଁ ଦିଲୀପ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ସହ ଏକ କଟୁରିକୁ ଧାର କରି ଆଣିଥିଲା ଏବଂ ପତ୍ନୀ ଓ ପୁଅକୁ ଶ୍ବଶୁରଘରେ ଛାଡି ଆସିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ବାଲିକୁଦା ଥାନା ଅଧିକାରୀ କାବୁଲି ବାରିକଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ ଚଳାଇ ଥିବାବେଳେ ଜିଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ ବର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛନ୍ତି।

  • Related Posts

    ପହିଲି ରଜରେ ୫ କୋଟି ଆମିଷ ବିକ୍ରି

    ଭୁବନେଶ୍ୱର: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି । ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା, ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ…

    Continue reading
    ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା, ମଙ୍ଗଳବାର ରହିବ ବନ୍ଦ

    ବାରଙ୍ଗ: ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା ରହିବ ଏବଂ ମଙ୍ଗଳବାର ବନ୍ଦ ରହିବ । ସୋମବାର ପର୍ଯ୍ୟଟକଙ୍କ ପାଇଁ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରବିବାର ପହିଲି ରଜରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ