ଥମିବ ଯୁଦ୍ଧ.. ଫେରିବ ଶାନ୍ତି.. ଖୋଲିବ ହୋର୍ମୁଜ

ନୂଆଦିଲ୍ଲୀ: ଥମିବ ଯୁଦ୍ଧ । ଫେରିବ ଶାନ୍ତି । ଖୋଲିବ ହୋର୍ମୁଜ । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇରାନ୍-ଆମେରିକା ମଧ୍ୟରେ ଐତିହାସିକ ଶାନ୍ତିଚୁକ୍ତି ଫାଇନାଲ୍ ହୋଇଛି । ଜୁନ୍ ୧୯ରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ସ୍ୱାକ୍ଷରିତ ହେବ ଶାନ୍ତିଚୁକ୍ତି । ଯୁଦ୍ଧ ରୋକିବାକୁ ଶାନ୍ତି ଚୁକ୍ତି ପାଇଁ ଭୟୟ ଦେଶ ସହମତ ହୋଇଛନ୍ତି । ଡିଲ୍‌ରେ ୧୪ ମୁଦ୍ଦା ଉପରେ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି . ୮୦ ତମ ଜନ୍ମଦିନ ଅବସରରେ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ପାକିସ୍ତାନ ମଧ୍ୟସ୍ଥତାରେ ୧୪ ଘଣ୍ଟାର ଆଲୋଚନା ପରେ ଶାନ୍ତି ଚୁକ୍ତି ଘୋଷଣା ହୋଇଛି । ଐତିହାସିକ ଶାନ୍ତି ଡିଲ୍ ଦ୍ବାରା ୩ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ହୋଇଛି । ଏବେ ଖୋଲିବ ହୋର୍ମୁଜ ପ୍ରଣାଳୀ । ଅବରୋଧ ହଟାଇବ ଆମେରିକା । ଅର୍ଥାତ ଆସନ୍ତା ୪ ଦିନ ପରେ ହୋର୍ମୁଜ ଷ୍ଟ୍ରିଟ୍ ଖୋଲିବ ।

ଫେବୃଆରୀରୁ ଆରମ୍ଭ ହୋଇଥିବା ଆମେରିକା- ଇରାନ୍ ଯୁଦ୍ଧ ୪ ମାସ ପରେ ଶେଷ ହେବାକୁ ଯାଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ଲାଗି ପ୍ରସ୍ତୁତ କରାଯାଇଥିବା ଚିଠା ବା ଡ୍ରାଫ୍ଟରେ ଉଭୟ ପକ୍ଷ ମଧ୍ୟରୁ ସହମତି ପ୍ରକାଶ ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ଡ୍ରାଫ୍ଟରେ ପରମାଣୁ କାର୍ଯ୍ୟକ୍ରମ, ଇରାନୀ ତୈଳ ଉପରେ କଟକଣା ହଟାଯିବା, ଇରାନର ଜବତ ହୋଇଥିବା ସମ୍ପତ୍ତି ଆମେରିକା ରିଲିଜ କରିବା ସମେତ ହୋର୍ମୁଜ ସହ ଜଡ଼ିତ ପ୍ରସଙ୍ଗ ସ୍ଥାନିତ ହୋଇଛି । ଆମେରିକା ଏବଂ ଇରାନ ଏକ ଐତିହାସିକ ଶାନ୍ତି ଚୁକ୍ତିନାମା ଆସନ୍ତା ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ଆନୁଷ୍ଠାନିକ ଭାବରେ ସ୍ୱାକ୍ଷରିତ ହେବା ଆଶା କରାଯାଉଛି । ଏହା ପରେ ତେହେରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଗାମୀ ୬୦ ଦିନ ମଧ୍ୟରେ ବିସ୍ତୃତ ଆଲୋଚନା ହେବ ବୋଲି ରିପୋର୍ଟ ମିଳିଛି ।ଶାନ୍ତି ଚୁକ୍ତିନାମା ଘୋଷଣା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା-ଇରାନ ଶାନ୍ତି ଚୁକ୍ତିନାମାରେ ପହଞ୍ଚିଛି । “ମୁଁ ଏବେ ହୋର୍ମୁଜ ପ୍ରଣାଳୀକୁ ଟୋଲ୍-ଫ୍ରି ଖୋଲିବା ଏବଂ ନୌସେନା ଅବରୋଧ ଉଠାଇବା ପାଇଁ ଅନୁମୋଦନ କରୁଛି । ତଥାପି, ଇରାନ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଏହାର ନିଷ୍ପତ୍ତି ଘୋଷଣା କରିନାହିଁ । ବିଶ୍ୱର ଦେଶଗୁଡ଼ିକ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି । କାରଣ ଅନେକ ଏହି ଯୁଦ୍ଧର ଶେଷ ପାଇଁ ଅପେକ୍ଷା କରିଥିଲେ । ଜାପାନ ଶାନିଚୁକ୍ତିକୁ ସ୍ୱାଗତ କରିବା ସହ ବଡ଼ ପଦକ୍ଷେପ ବୋଲି କହିଛି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ପିସ୍ ଡିଲକୁ ସ୍ୱାଗତ କରିଥିବା ଏକ୍ସରେ ପୋଷ୍ଟ କରିଛନ୍ତି ।

ଇରାନ୍‌ର ପ୍ରମୁଖ ଦାବି- ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍ଟ ଏଓୟୁ ଜାରି କରିଛି ଇରାନ୍ । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ୧୪ ପ୍ରମୁଖ ଦାବି ରଖିଛି ଇରାନ୍ । ୩୦ ଦିନ ଭିତରେ ହୋର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା । ଇରାନ୍ର ଫ୍ରିଜ୍ ହୋଇଥିବା ୧୨ ବିଲିଅନ୍ ଡଲାର ରିଲିଜ କରିବ । ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା । ଇରାନରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦିଆଯିବ । ଆର୍ଥିକ ସହାୟତା ଦେବ ଆମେରିକା ଓ ସହଯୋଗୀ ଦେଶ ।

  • Related Posts

    ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

    ନୂଆଦିଲ୍ଲୀ,: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ ମଧ୍ୟ କିଛି ଯାତ୍ରୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିବାକୁ ଲାଗନ୍ତି, କିନ୍ତୁ…

    Continue reading
    କୋଲକାତାରେ ଯୋଗ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ; ଆଜି ୧୨ ତମ ଯୋଗ ଦିବସରେ ଦେଶ ଯୋଗମୟ ହୋଇଛି । ଦେଶବିଦେଶରେ ମହା ଆଡମ୍ବରରେ ପାଳନ ହୋଇଛି ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି କୋଲକାତାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ “ସୁସ୍ଥ ଆୟୁ ପାଇଁ ଯୋଗ”…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ