ଡାକ୍ତର ଦିବସରେ କଳାବ୍ୟାଚ ପିନ୍ଧିଲେ ଡାକ୍ତର

ଭୁବନେଶ୍ୱର: ଡାକ୍ତର ଦିବସରେ କଳାବ୍ୟାଚ ପିନ୍ଧିଲେ ଡାକ୍ତର। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍-OMSA ପକ୍ଷରୁ ଧାରଣା। କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର। OMSA ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଛି।କେନ୍ଦ୍ରୀୟ ବେତନ ଗଠନ ଅନୁଯାୟୀ ଯୋଗ୍ୟତା ତାରିଖରୁ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ୍ (DACP) କାର୍ଯ୍ୟକାରୀ କରିବା, ସମସ୍ତ ଗ୍ରେଡ୍ ରେ ଆନୁପାତିକ କ୍ୟାଡର ପୁନର୍ଗଠନ, ସୁପର ସ୍ପେସିଆଲିଷ୍ଟ, ସ୍ପେସିଆଲିଷ୍ଟ, ଡିପ୍ଲୋମାଧାରୀ ଡାକ୍ତର, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ, ମୃତଦେହ ବ୍ୟବଚ୍ଛେଦ ଭତ୍ତା ଭଳି ୧୦ଟି ଦାବି କରି ଧାରଣାକୁ ଓହ୍ଲାଇଛନ୍ତି।
OMSA ପକ୍ଷରୁ ଉପସ୍ଥାପିତ ୧୦-ଦଫା ଦାବିପତ୍ରକୁ ସମର୍ଥନ କରୁଛି। ସେଗୁଡ଼ିକ ହେଲା—

୧. କେନ୍ଦ୍ରୀୟ ବେତନ ଗଠନ ଅନୁଯାୟୀ ଯୋଗ୍ୟତା ତାରିଖରୁ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ୍ (DACP) କାର୍ଯ୍ୟକାରୀ କରିବା, OMHS ବେତନ ଗଠନର ତ୍ରୁଟି ସଂଶୋଧନ ଏବଂ ଲେଭେଲ–୧୫ ସର୍ତ୍ତର ଉଚ୍ଛେଦ।
୨. ସମସ୍ତ ଗ୍ରେଡ୍ ରେ ଆନୁପାତିକ କ୍ୟାଡର ପୁନର୍ଗଠନ।
୩. ସୁପର ସ୍ପେସିଆଲିଷ୍ଟ, ସ୍ପେସିଆଲିଷ୍ଟ, ଡିପ୍ଲୋମାଧାରୀ ଡାକ୍ତର, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ, ଶବବ୍ୟବଚ୍ଛେଦ ଭତ୍ତା ଏବଂ OMHS ଓ OMES କ୍ୟାଡର ପାଇଁ ସମାନ ପର୍ଫର୍ମାନ୍ସ-ବେସ୍ଡ ଇନସେଣ୍ଟିଭ୍ (PBI)।
୪. KBK, KBK+ ଏବଂ TSP ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ୩ ବର୍ଷର ଏକ୍ସିଟ୍ ନୀତି କାର୍ଯ୍ୟକାରୀ କରିବା।
୫. ଦନ୍ତ ଚିକିତ୍ସା କ୍ୟାଡର ପାଇଁ ମଧ୍ୟ DACP, ସ୍ପେସିଆଲିଷ୍ଟ ଭତ୍ତା, କ୍ୟାଡର ପୁନର୍ଗଠନ ଏବଂ PBI ସୁବିଧା ପ୍ରଦାନ।
୬. ଭୁବନେଶ୍ୱରର ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି OMHS କ୍ୟାଡର ପାଇଁ କ୍ୟାପିଟାଲ ହସ୍ପିଟାଲ–II ନିର୍ମାଣ।
୭. ନିୟମିତ ବାର୍ଷିକ OPSC ନିଯୁକ୍ତି ଏବଂ ସମୟାନୁସାରେ ବିଭାଗୀୟ ପଦୋନ୍ନତି କମିଟି (DPC) ବୈଠକ।
୮. ଓଡ଼ିଶା ମେଡିକେୟାର ଆଇନର ସଂଶୋଧନ, ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ୨୪ ଘଣ୍ଟିଆ ସଶସ୍ତ୍ର ସୁରକ୍ଷା ବ୍ୟବସ୍ଥା ଏବଂ ପୁଲିସ ଆଉଟପୋଷ୍ଟ ସ୍ଥାପନ ମାଧ୍ୟମରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁଦୃଢ଼ କରିବା।
୯. ଆଡ୍-ହକ୍ ଡାକ୍ତରମାନଙ୍କୁ ନିୟମିତ କରିବା ଏବଂ DACP ସହ ଅନ୍ୟାନ୍ୟ ସେବା ସୁବିଧା ପାଇଁ ଆଡ୍-ହକ୍ ଓ ଚୁକ୍ତିଭିତ୍ତିକ ସେବା ଅବଧିକୁ ଗଣନା କରିବା।
୧୦. ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ।

  • Related Posts

    ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

    ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

    Continue reading
    low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

    ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ