
ବ୍ରହ୍ମପୁର: ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ। ହତ୍ୟା ଦଫାରୁ ବାଦ ପଡ଼ିଲେ ବିକ୍ରମ ପଣ୍ଡା। ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫାକୁ ବାଦ ଦିଆଯାଇଛି। ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଛି ପୋଲିସ। ହେଲେ ହତ୍ୟା ଦଫା ନୁହେଁ ସଂଗଠିତ ଅପରାଧ ଭାବେ ଷଡ଼ଯନ୍ତ୍ର କରିଥିବା ନେଇ ଲାଗିଛି BNS ଦଫା-୧୧୧।
ଖାଲି ବିକ୍ରମ ନୁହଁନ୍ତି ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବଶଙ୍କର ଦାସ, ମଳୟ ବିଷୋୟୀ, ମଦନ ଦଳେଇଙ୍କ ନାଁକୁ ବି ହତ୍ୟା ଦଫାରୁ କାଟି ଦିଆଯାଇଛି। ହତ୍ୟା ପାଇଁ ଲାଗୁଥିବା BNS ଦଫା-୧୦୩ କେବଳ ଦୁଇ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ନାଁରେ ଲାଗିଛି। ଘଟଣା ପରେ ଏବେ ଏହାର ଭବିଷ୍ୟତକୁ ନେଇ ପୁଣି ଉଠିଛି ପ୍ରଶ୍ନ।




