ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ: ଏଫଆଇଆର୍ ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ଆଦେଶ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ୍ ଙ୍କ ୨୦୨୦ ମସିହାରେ ହୋଇଥିବା ରହସ୍ୟଜନକ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ବୁଧବାର ହାଇକୋର୍ଟ ଏହି ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସାରଙ୍ଗ କୋଟୱାଲ ଏବଂ ଜଷ୍ଟିସ୍ ରଣଜିତସିଂହ ରାଜା ଭୋଂସଲେଙ୍କ ଖଣ୍ଡପୀଠ ସିବିଆଇକୁ ଏକ ଏଫଆଇଆର୍ ରୁଜୁ କରି ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ବୟାନ ରେକର୍ଡ କରିବାକୁ କହିଛନ୍ତି। ହାଇକୋର୍ଟ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ସିବିଆଇର ଜଣେ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ଏହି ମାମଲାର ସମସ୍ତ ଦିଗର ତଦନ୍ତ କରିବେ। ଯେପର୍ଯ୍ୟନ୍ତ କୌଣସି ପକ୍ଷପାତହୀନ ପ୍ରମାଣ ନମିଳିଛି, ସେପର୍ଯ୍ୟନ୍ତ କାହାକୁ ବି ଅଭିଯୁକ୍ତ ଭାବେ ବିବେଚନା କରାଯାଇପାରିବ ନାହିଁ। କୋର୍ଟଙ୍କ ଏହି ରାୟ ପରେ ସତୀଶ ସାଲିଆନ୍ ସନ୍ତୋଷ ପ୍ରକାଶ କରିଛନ୍ତି।

୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇ ମଲାଡସ୍ଥିତ ଏକ ବହୁତଳ ଆବାସିକ ଭବନର ୧୪ ମହଲାରୁ ଖସିପଡ଼ି ୨୮ ବର୍ଷୀୟା ଦିଶାଙ୍କ ମୃତ୍ୟୁ ଘଟିଥିଲା। ମୁମ୍ବାଇ ପୁଲିସମୁମ୍ବାଇ ପୁଲିସ ଏହାକୁ ଆତ୍ମହତ୍ୟା ଦର୍ଶାଇ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଦିଶାଙ୍କ ବାପା ସତୀଶ ସାଲିଆନ୍ ଗତବର୍ଷ ହାଇକୋର୍ଟରେ ଆବେଦନ କରି ଅଭିଯୋଗ ଆଣିଥିଲେ ଯେ, ତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏବଂ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ଚାପରେ ପୁଲିସ ମାମଲାକୁ ଚାପିଦେବାକୁ ଚେଷ୍ଟା କରିଛି। ଆବେଦନକାରୀ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏଫଆଇଆର୍ ଓ ସିବିଆଇ ତଦନ୍ତ ଦାବି କରିଥିଲେ।

  • Related Posts

    ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି ବର୍ତ୍ତମାନ ଆଞ୍ଚଳିକ ବିମାନ କମ୍ପାନୀ Fly91ରେ ପାଇଲଟ ଭାବରେ ଯୋଗ ଦେଇଛନ୍ତି। ଏହା…

    Continue reading
    ଛାତିଥରା ଘଟଣା: ନାବାଳିକାଙ୍କୁ କାର୍ ଭିତରେ ଗଣବଳାତ୍କାର

    ପାଟନା: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତା ଜଣକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ