ପେଟ୍ରୋଲ ଲିଟର ପିଛା ୧୮ ଟଙ୍କା ବୃଦ୍ଧି ଘଟିପାରେ

ନୂଆଦିଲ୍ଲୀ: ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ଆଗକୁ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇପାରେ । ଲିଟର ପିଛା ପେଟ୍ରୋଲ ଦରରେ ୧୮ ଟଙ୍କା ଏବଂ ଡିଜେଲ ଦରରେ ୩୫ ଟଙ୍କା ବୃଦ୍ଧି ଘଟିପାରେ । ବିଦେଶୀ ବ୍ରୋକରେଜ ସଂସ୍ଥା ମ୍ୟାକ୍ୱାୟରୀର ରିପୋର୍ଟ ଅନୁସାରେ, ଅଶୋଧିତ ତୈଳ ଦର ଉଚ୍ଚ ସ୍ତରରେ ରହିଥିବା ସତ୍ତେ୍ୱ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ଏହାଦ୍ୱାରା ତୈଳ କମ୍ପାନିଗୁଡ଼ିକ କ୍ଷତି ସହୁଛନ୍ତି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସହିତ ୫ ରାଜ୍ୟରେ ନିର୍ବାଚନ ଶେଷ ହେବାର ତୁରନ୍ତ ବାଦ କମ୍ପାନିଗୁଡ଼ିକ ଦାମ ବଢ଼ାଇପାରନ୍ତି । ୪୬ ଦିନରେ ଅଶୋଧିତ ତୈଳ ଦର ୨୭ ଡଲାର ବଢ଼ିଛି । ତୈଳ ଦର ବଢ଼ିବା ଦ୍ୱାରା ଲିଟର ପିଛା ପେଟ୍ରୋଲରେ ୧୮ ଟଙ୍କା ଏବଂ ଡିଜେଲରେ ୩୫ ଟଙ୍କା କ୍ଷତି ସହୁଛନ୍ତି କମ୍ପାନି । ଗତ ମାସ ଅଶୋଧିତ ତୈଳ ରେକର୍ଡ ସ୍ତରରେ ଥିବା ବେଳେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଦୈନିକ ପାଖାପାଖି ୨୪୦୦ କୋଟି ଟଙ୍କାର କ୍ଷତି ସହିଥିଲେ । ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ହ୍ରାସ ପରେ ଏହା କମି ୧,୬୦୦ କୋଟି ଟଙ୍କା ହୋଇଛି ।
ପ୍ରକାଶଯୋଗ୍ୟ, ଅଶୋଧିତ ତୈଳ ଦରରେ ପ୍ରତି ୧୦ ଡଲାରର ବୃଦ୍ଧି ଦ୍ୱାରା ତୈଳ କମ୍ପାନିଙ୍କ କ୍ଷତି ଲିଟର ପିଛା ୬ ଟଙ୍କା ବଢ଼ିଯାଏ । ଭାରତ ଏହାର ଆବଶ୍ୟକତାର ପାଖାପାଖି ୮୮% ଅଶୋଧିତ ତୈଳ ଆମଦାନି କରିଥାଏ । ଏଥିମଧ୍ୟରୁ ୪୫% ମଧ୍ୟପ୍ରାଚ୍ୟରୁ ଏବଂ ୩୫% ରୁଷରୁ ଆସିଥାଏ । ଅଶୋଧିତ ତୈଳର ବର୍ଦ୍ଧିତ ଦର କେବଳ ତୈଳ କମ୍ପାନିଙ୍କୁ ନୁହେଁ ବରଂ ଚଳନ୍ତି ଖାତା ନିଅଣ୍ଟ(ସିଏଡି) ପାଇଁ ବି ଚିନ୍ତାଜନକ । ଅନୁମାନ କରାଯାଉଛି ଯେ, ୨୦୨୬ର ପ୍ରଥମ ତ୍ରୟମାସରେ ଏହା ବଢ଼ି ୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ସରକାରୀ ରାଜସ୍ୱରେ ତେଲରେ ଲାଗୁଥିବା ଉତ୍ପାଦ ଶୁଳ୍କର ଯୋଗଦାନ ଲଗାତର କମ୍ ହୋଇଚାଲିଛି । ୨୦୧୬-୧୭ରେ ଏହା ୨୨% ଥିଲା, ଯାହା ହ୍ରାସ ପାଇ ବର୍ତ୍ତମାନ ୮%କୁ ଖସିଆସିଛି । ଯଦି ସରକାର ସମ୍ପୂର୍ଣ୍ଣ ରୂପେ ଉତ୍ପାଦ ଶୁଳ୍କ ହଟାଇଦେବେ ତଥାପି ବର୍ତ୍ତମାନ ଦରରେ ତେଲ କମ୍ପାନିଙ୍କ କ୍ଷତି ସମ୍ପୂର୍ଣ୍ଣ ରୂପେ ସମାପ୍ତ ହେବ ନାହିଁ ।

  • Related Posts

    ପୱନ ଖେଡ଼ାଙ୍କ ଅନ୍ତରୀଣ ଜାମିନ୍ ଉପରେ ରୋକ୍

    ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଶକ୍ତ ଧକ୍କା । ଆସାମରେ ଦାୟର ହୋଇଥିବା ଏକ ଏଫଆଇଆର ମାମଲାରେ କଂଗ୍ରେସ ନେତା ପଓ୍ବନ ଖେଡାଙ୍କୁ ଦିଆଯାଇଥିବା ଗୋଟିଏ ସପ୍ତାହର ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏଫଆଇଆରରେ ସେ…

    Continue reading
    ବିହାରରେ ଜେଡିୟୁର ୨ ନେତା ଉପମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ଏହା ସହିତ ସେ ପାଲଟି ଯାଇଛନ୍ତି ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ।ପାଟନାରେ ଲୋକଭବନରେ ରାଜ୍ୟପାଳ ସୈୟଦ ଅତା ହସନୈନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ