ପେନସନ, ବକେୟା ପ୍ରାପ୍ୟ ଓ ଅବସରକାଳୀନ ସୁବିଧା ନାମରେ ଠକେଇ

ଦେବଗଡ଼:ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ଯୋଗାଇଦେବାର ପ୍ରତିଶୃତି ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି ଠକେଇ କରି ଅର୍ଥ ସଂଗ୍ରହ କରିଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଅନୁଗୁଳ ଜିଲ୍ଲା ରେଙ୍ଗାଳି ନଦୀବନ୍ଧ ପ୍ରକଳ୍ପ କପିଳେଶ୍ୱର ଶିବ ମନ୍ଦିର ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି ଦେବଗଡ ଜିଲ୍ଲା ବାରକୋଟ ଥାନାଂଚଳ ଝରବାହାଳ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସୁଶୀଳ ବେହେରା(୭୨)ଙ୍କୁ ଅଦାଲତ ଆଦେଶ ଜରିଆରେ ସରକାରଙ୍କ ଠାରୁ ପେନସନ ଓ ବକେୟା ପାଉଣା ସମେତ ସମସ୍ତ ପ୍ରକାର ଅବସରକାଳୀନ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ।ସୁଶୀଳ ଏହି ପ୍ରତିଶୃତିକୁ ବିଶ୍ୱାସ କରି ଅନ୍ୟ କେତେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବାରକୋଟ ଥାନାଂଚଳର ବମ୍ପରଡା ଗ୍ରାମରେ ଏକାଠି କରିଥିଲେ। ଏହାସହିତ ଗୋବିନ୍ଦ ପେନସନ ଓ ବକେୟା ପାଉଣା ସମେତ ସମସ୍ତ ପ୍ରକାର ଅବସରକାଳୀନ ସୁବିଧା ସୁଯୋଗ ଯୋଗାଇଦେବା ବିଷୟରେ ବୁଝାଇଥିଲା।ଅବସରପ୍ରାପ୍ତ କର୍ମଚାରୀ ମାନେ ଗୋବିନ୍ଦର କଥାକୁ ବିଶ୍ୱାସ କରିବା ପରେ ଏଥି ନିମନ୍ତେ ସେମାନଙ୍କ ନିକଟରୁ ଅର୍ଥ ଆଦାୟ କରିଥିଲା। ବହୁ ଦିନ ବିତିଗଲା ପରେ ଗୋବିନ୍ଦକୁ ଟଙ୍କା ଦେଇଥିବା ଅବସରପ୍ରାପ୍ତ କର୍ମଚାରୀ ମାନେ ନିରାଶ ହୋଇପଡିବା ସହ ଦେଇଥିବା ଟଙ୍କା ଫେରସ୍ତ ମାଗିବାରୁ ଗୋବିନ୍ଦ ସେମାନଙ୍କୁ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ସେମାନଙ୍କୁ ଅଶ୍ରାବ୍ୟ ଭଷାରେ ଗାଳିଗୁଲଜ କରିଥିଲା।ଫଳରେ ସୁଶୀଳ ବାଧ୍ୟ ହୋଇ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ପୁଲିସ ମାମଲା ଋଜୁକରି ଘଟଣାର ତଦନ୍ତର ଆରମ୍ଭ କରିଛି।

  • Related Posts

    ହାଇଓ୍ବାକୁ ପଛରୁ ପିଟିଲା କାର୍, ୨ ମୃତ

    କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମ୍ଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତକ ହରିୟାଣାର ବୋଲି ଜଣାପଡିଛି।…

    Continue reading
    ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

    କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ। ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ