ପୋଲିସ ଏସ୍‌ଆଇ ପରୀକ୍ଷାର୍ଥୀଙ୍କ ଡାଟା ଅପ୍‌ଡେଟ୍‌, ଯାଞ୍ଚ ଅବଧି ୧୦ ଦିନ ବୃଦ୍ଧି

ଭୁବନେଶ୍ୱର: ମିଳିତ ପୋଲିସ ସେବା ପରୀକ୍ଷା(ସିପିଏସ୍‌ଇ)-୨୦୨୪ ଅଧୀନରେ ସବ୍‌-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ଅପ୍‌ଡେଟ୍‌ ଓ ଯାଞ୍ଚ ଅବଧିକୁ ୧୦ଦିନ ବୃଦ୍ଧି କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୮ ରାତି ୧୦ଟା ପର୍ଯ୍ୟନ୍ତ ନିଜର ପ୍ରମାଣପତ୍ର ଓ ଅନ୍ୟାନ୍ୟ ତଥ୍ୟ ଅପ୍‌ଡେଟ୍‌ କିମ୍ବା ଯାଞ୍ଚ କରିପାରିବେ ବୋଲି ଓଡ଼ିଶା ୟୁନିଫର୍ମଡ ସର୍ଭିସେସ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓୟୁଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ସୁଯୋଗ ଦିଆଯାଇଛି। ବୟସ କୋହଳ ବ୍ୟବସ୍ଥା ଅନ୍ତର୍ଗତ ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ଏହି ସମୟସୀମା ମଧ୍ୟରେ ନିଜର ତଥ୍ୟ ଯାଞ୍ଚ କରିପାରିବେ। ପ୍ରାର୍ଥୀମାନେ https://ousssc.odisha.gov.in ୱେବ୍‌ସାଇଟରେ ଲଗ୍‌ଇନ୍‌ କରି ନିଜ ପ୍ରମାଣପତ୍ର ଓ ଅନ୍ୟାନ୍ୟ ତଥ୍ୟ ଦେଇପାରିବେ। ନଭେମ୍ବର ୮ ପରେ କୌଣସି ପରିସ୍ଥିତିରେ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କଲେ ଏଥିଯୋଗୁ ଉପୁଜିବାକୁ ଥିବା ପରିଣାମ ପାଇଁ ପ୍ରାର୍ଥୀ ନିଜେ ଦାୟୀ ରହିବେ। ଶେଷ ମୁହୂର୍ତ୍ତରେ ସମ୍ଭାବ୍ୟ ବୈଷୟିକ ସମସ୍ୟା ଓ ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ରାର୍ଥୀମାନେ ଶେଷ ତାରିଖକୁ ଅପେକ୍ଷା ନ କରି ଯଥାଶୀଘ୍ର ଏହି ପ୍ରକ୍ରିୟା ସମାପ୍ତ କରିବାକୁ ଆୟୋଗ ପରାମର୍ଶ ଦେଇଛି।

  • Related Posts

    ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର

    ରାୟଗଡା: ରାୟଗଡ଼ାଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ରେଲୱେ କଲୋନୀ ନିକଟ ଏକ ଅର୍ଦ୍ଧନିର୍ମିତ ଘର ସମ୍ମୁଖରେ ଥିବା ଖୋଲା ପାଇଖାନା ଟାଙ୍କି ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ବାଘଡଙ୍ଗରି ଗ୍ରାମର ଗରିବ…

    Continue reading
    ହାତୀର ମୃତଦେହ ଠାବ

    ଯୁଯୁମୁରା: ସମ୍ବଲପୁରଜିଲ୍ଲା ପଡ଼ିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡା ସେକ୍ସନର ଛାମୁଣ୍ଡା ବିଟ୍‌ ଅଧୀନ ଏକ ଜମିରୁ ଶୁକ୍ରବାର ଏକ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ