ଆଜି ବି ପ୍ରବଳ ବର୍ଷିବ

ଭୁବନେଶ୍ୱର:ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଗୁରୁବାର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନ୍ତର୍ଜାତୀୟ ମଡେଲ ଓ ବିଶେଷଜ୍ଞମାନେ କହୁଥିବାବେଳେ ଏନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ତେବେ ଛତିଶଗଡ଼ର ମଧ୍ୟଭାଗ ଓ ସଂଲଗ୍ନ ଓଡ଼ିଶା ଉପରେ ଥିବା ଅବପାତ ସହ ଜଡ଼ିତ ଘୂର୍ଣ୍ଣିବଳୟରୁ ଦକ୍ଷିଣ କୋଙ୍କଣ ଅଞ୍ଚଳର ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ୍‌ ସକ୍ରିୟ ଥିବାରୁ ରାଜ୍ୟରେ ଆଉ ୨୪ ଘଣ୍ଟା ପ୍ରବଳ ବର୍ଷା ହେବ। ସୁନ୍ଦରଗଡ଼ ଓ ବରଗଡ଼ ଜିଲାରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍‌ ଆଲର୍ଟ ଜାରି ହୋଇଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଂ ଦିଆଯାଇଛି। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି ହୋଇଛି। ତେବେ ୩୧ ତାରିଖରୁ ବର୍ଷାର ପ୍ରକୋପ କମିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

  • Related Posts

    ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର

    ରାୟଗଡା: ରାୟଗଡ଼ାଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ରେଲୱେ କଲୋନୀ ନିକଟ ଏକ ଅର୍ଦ୍ଧନିର୍ମିତ ଘର ସମ୍ମୁଖରେ ଥିବା ଖୋଲା ପାଇଖାନା ଟାଙ୍କି ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ବାଘଡଙ୍ଗରି ଗ୍ରାମର ଗରିବ…

    Continue reading
    ହାତୀର ମୃତଦେହ ଠାବ

    ଯୁଯୁମୁରା: ସମ୍ବଲପୁରଜିଲ୍ଲା ପଡ଼ିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡା ସେକ୍ସନର ଛାମୁଣ୍ଡା ବିଟ୍‌ ଅଧୀନ ଏକ ଜମିରୁ ଶୁକ୍ରବାର ଏକ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ