ପ୍ରଶ୍ନପତ୍ର ଲିକ୍: ୩ ଜଣିଆ କମିଟି ଗଠନ କରି ତଦନ୍ତ ନିର୍ଦେଶ

ଭୁବନେଶ୍ୱର : ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଅଧୀନରେ ଅନୁଷ୍ଠିତ ପରୀକ୍ଷାର ପ୍ରଶ୍ନପତ୍ର ସମ୍ପର୍କିତ ଘଟଣାକୁ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଘଟଣା ପ୍ରଶ୍ନପତ୍ର ଲିକ୍ ନୁହେଁ । ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା ପରିଚାଳନାରେ ତ୍ରୁଟି କାରଣରୁ ପ୍ରଶ୍ନପତ୍ରର ପ୍ରଶ୍ନଗୁଡ଼ିକୁ ଫୋଟୋ ଉଠାଇ କେହି ଫୋନ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାକୁ ଦୃଷ୍ଟିରେ ରଖି ଓଡିଶା ସରକାର , ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିମ୍ନଲିଖିତ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଘଟଣାର ସମସ୍ତ ଦିଗ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ ପକ୍ଷରୁ ହୋଇଥିବା ସମ୍ଭାବ୍ୟ ତ୍ରୁଟିର ତଦନ୍ତ ପାଇଁ ବିଭାଗ ଏକ ଉଚ୍ଚସ୍ତରୀୟ ୩ ଜଣିଆ କମିଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଛି । ସ୍ୱାସ୍ଥ୍ୟ ବିଭାଗ ର ଅତିରିକ୍ତ ସଚିବ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି କମିଟି ତଦନ୍ତ କରିବ । ଡ଼ ବିଜୟ କୁମାର ମିଶ୍ର (ସ୍ଵତନ୍ତ୍ର ସଚିବ) ଏବଂ ଡ଼ ଅନିଲ କୁମାର ସାହୁ ଯୁଗ୍ମ ଡିଏମଇଟି ଏହି କମିଟି ସଦସ୍ୟ ଅଛନ୍ତି । ପତ୍ର ସଂଖ୍ୟା ୨୦୬୬୫ /h ତାରିଖ ୩୧/୦୭/୨୦୨୬ ରେ କମିଟି ଗଠନ କରାଯାଇଛି ।

ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ସମ୍ପର୍କରେ ଏମକେସିଜି ମେଡିକାଲ୍ କଲେଜଠାରୁ ସ୍ପଷ୍ଟୀକରଣ ତଲବ କରିଛି । ପତ୍ର ସଂଖ୍ୟା ୪୦୦୬/ouhs ତାରିଖ ୩୧/୦୭/୨୦୨୬ ରେ ତଦନ୍ତ ରିପୋର୍ଟ ତଲବ କରାଯାଇଛି । ଚିଠି ପାଇବାର ଦୁଇ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହା ଯାଇଛି ।
ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ମେଡିକାଲ୍ କଲେଜ ଶୃଙ୍ଖଳା କମିଟି ଦ୍ୱାରା ନିୟମାନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି । ଏମକେସିଜି ଡିନ ତଥା ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ତଦନ୍ତ କରୁଛି । ପତ୍ର ସଂଖ୍ୟା ୯୪୬୫ /mcb ତାରିଖ ୩୦/୦୭/୨୦୨୬ ରେ କମିଟି ଗଠନ କରାଯାଇଛି ।
ଇଲେକ୍ଟ୍ରୋନିକ୍ ମାଧ୍ୟମରେ ତଥ୍ୟ ପ୍ରେରଣ ଏବଂ ହୁଆଟ୍ସଆପ ଗ୍ରୁପ୍ ମାଧ୍ୟମରେ ଏହାର ପ୍ରସାର ସମ୍ପର୍କରେ ତଦନ୍ତ ପାଇଁ କ୍ୟାପିଟାଲ upd ପୋଲିସ୍ ଥାନାରେ ଏଫ୍‌ଆଇଆର୍ (FIR) ରୁଜୁ କରାଯାଇଛି । ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସର ପରୀକ୍ଷା ନିୟନ୍ତ୍ରକ ଥାନାରେ କମ୍ପ୍ଲେନ ନମ୍ବର ୨୪୮୬୭୦୦୫୦୭୨୬୦୦୦୪୦ ଏଫଆଇଆର ଦେଇଛନ୍ତି । ଏମକେସିଜି ମେଡିକାଲ କଲେଜ ଏବଂ ଏକ ବେସରକାରୀ ମେଡିକାଲ କଲେଜ ବିରୋଧରେ ଏହି ଏଫଆଇଆର ଦିଆ ଯାଇଛି । ତଦନ୍ତର ଅଗ୍ରଗତି ଓ ପ୍ରାପ୍ତ ତଥ୍ୟ ଆଧାରରେ ଆବଶ୍ୟକତା ଅନୁଯାୟୀ କଡ଼ା ପଦକ୍ଷେପ ଏବଂ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ