
ଦେବଗଡ଼:ବିଜେଡି ପକ୍ଷରୁ ଆଜି ପୂର୍ବ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଆହ୍ବାନ କ୍ରମେ ଲାଲୁ ସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଶୋକସଭାରେ ବିଜେଡି ଯୁବ ସଭାପତି ପ୍ରତାପ ଦେବ, ନଗର ସଭାପତି ଚନ୍ଦ୍ରଶେଖର ଭୁକ୍ତା, ବରିଷ୍ଠ ବିଜେଡି ନେତା କାମାକ୍ଷାପ୍ରସାଦ ଗଙ୍ଗଦେବ,ମନୋଜ ପ୍ରଧାନ,ସୁବ୍ରତ ପାତ୍ର, ପ୍ରଶାନ୍ତ ଭଞ୍ଜ,ବିନୟ ପ୍ରଧାନ,ସମୀର ପ୍ରଧାନ, ଭବାନୀ ଶଙ୍କର ସାହୁ,ମାନସ ପ୍ରଧାନ, ଶରତ ମେହେରଙ୍କ ସମେତ ବହୁ ବିଜେଡିକର୍ମୀ ଉପସ୍ଥିତ ରହି ସ୍ୱର୍ଗତ ସୁଶାନ୍ତ ସିଂଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।




