
ଦେବଗଡ଼:ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି କଳାମାଟିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟରେ ଆବଶ୍ୟକ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ତ୍ୱରିତ ତ୍ୱାରାନ୍ୱିତ କରିବାପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।ଏହାସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ,ଏସଡିପିଓ ରମେଶ ମାହାନା,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର,ଆରଏଣ୍ଡବିର ଅଧିକ୍ଷଣ ଯନ୍ତ୍ରୀ ଅଭିଷେକ ଓଝା,ଟିପିଡବ୍ଲୁଓଡିଏଲର ନିର୍ବାହୀ ଯନ୍ତ୍ରୀ ରାଜୁ ସାହା,ବିଦ୍ୟାଳୟର ଅଧ୍ୟକ୍ଷ ଡୋମନ ଏକ୍କା,ଅଧ୍ୟାପକ ମନୋରଞ୍ଜନ ବାରିକଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ।




