ଭୁବନେଶ୍ୱରରେ ଛାତିଥରା ଦୁର୍ଘଟଣା,୨ମୃତ

ଭୁବନେଶ୍ୱର: ଭୟଙ୍କର ଦୁର୍ଘଟଣା । ଦେଖିଲେ ଛାତି ଥରି ଯିବ । କାର୍ ଭାଙ୍ଗିରୁଜି ଖଣ୍ଡ ଖଣ୍ଡ ହୋଇଛି । ଲୋକ ରୁଣ୍ଡ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ଏକ ଛାତିଥରା ଦୁର୍ଘଟଣା ଘଟିଛି । ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ଜଣଙ୍କର ମ୍ୟତ୍ୟୁ ଘଟିଛି । ମୃତକମାନଙ୍କର ପରିଚୟ ମିଳିପାରି ନାହିଁ । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ନୟାପଲ୍ଲୀ କ୍ରିଷ୍ଣା ଟାୱାର ନିକଟରେ ଦୁର୍ଘଟଣା ଘଟିଛି । ଆଜି ଭୋର ସମୟରେ ଯେତେବେଳେ ରାଜଧାନୀର ରାଜରାସ୍ତା ଶାନ୍ତ ଥିଲା ଏବଂ କିଛି ଲୋକ ନିତ୍ୟକର୍ମ ବା ବିଭିନ୍ନ କାମରେ ବାହାରିଥିଲେ, ସେହିପରି ଏକ ସମୟରେ ଏହି ଅଘଟଣ ଘଟିଥିଲା। ଏକ ଯାତ୍ରୀବାହୀ ବସ୍ ଅତି ଦ୍ରୁତ ଗତିରେ ଆସି ନୟାପଲ୍ଲୀ ଅଞ୍ଚଳରେ ନିୟନ୍ତ୍ରଣ ହରାଇ ବସିଥିଲା । ବସ୍ଟି ପ୍ରଥମେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ପଥଚାରୀ ଓ ସ୍ଥାନୀୟ ଲୋକଙ୍କୁ ମାଡ଼ି ଯିବା ସହ ସେଠାରେ ପାର୍କିଂ ହୋଇ ରହିଥିବା ଏକ କାରକୁ ମଧ୍ୟ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇବା ପରେ ବସ୍ଟି ଦ୍ରୁତ ଗତିରେ ସେଠାରୁ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ପୁଲିସ ମୃତଦେହ ୨ଟି ଜବତ କରିଛି । ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

  • Related Posts

    ମଙ୍ଗଳବାର ଓଡ଼ିଶା ଆସିବ ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ମରଶରୀର

    -ଗାର୍ଡ ଅଫ୍ ଅନର ପରେ ପୁରୀରେ ହେବ ଅନ୍ତ୍ୟେଷ୍ଟି କ୍ରିୟା ଭୁବନେଶ୍ବର: ଦିଲ୍ଲୀ ଏମ୍ସରେ ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ । ମଙ୍ଗଳବାର ଓଡ଼ିଶା ଆସିବ ମରଶରୀର । ସକାଳ ୯ଟା ୧୫ରେ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବ ମରଶରୀର ।…

    Continue reading
    “ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି”

    ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି