ଭୁବନେଶ୍ୱରରେ ମଦ ଦୋକାନ ବଣ୍ଟନ ପାଇଁ ଲଟେରି ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱରରେ ମଦ ଦୋକାନ ବଣ୍ଟନ ପାଇଁ ଲଟେରି ଘୋଷଣା । ୫୦ରୁ ଅଧିକ ଦୋକାନ ପାଇଁ ଆବେଦନ ଆହ୍ୱାନ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଭୁବନେଶ୍ୱର ଏକ୍ସାଇଜ୍ ଜିଲ୍ଲାରେ ଆଇଏମଏଫଏଲ ଅଫ୍ ଶପ୍‌ ଏବଂ ଦେଶୀ ମଦ ଦୋକାନ ବଣ୍ଟନ ପାଇଁ ଲଟେରି ପ୍ରଣାଳୀରେ ଆବେଦନ ଆହ୍ୱାନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ହୋଇଥିବା ବେଳେ ଆଗ୍ରହୀ ଆବେଦକମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଲଟେରି ପ୍ରକ୍ରିୟା ୨୬ ମେ ୨୦୨୬ ରେ ସକାଳ ୭ଟାରୁ ଖୋର୍ଦ୍ଧାର ଡିଆରଡିଏ କନ୍ଫରେନ୍ସ ହଲରେ ଆୟୋଜିତ ହେବ । ଆବେଦନ ଦାଖଲ କରିବାର ଶେଷ ତାରିଖ ୧୮ ମେ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ନିର୍ଦ୍ଧାରିତ ହୋଇଛି ।
ଏହି ଲଟେରି ମାଧ୍ୟମରେ ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୫୦ଟି ମଦ ଦୋକାନ ବଣ୍ଟନ କରାଯିବ। ନୟାପଲ୍ଲୀ, ସାହିଦ ନଗର, ଚନ୍ଦ୍ରଶେଖରପୁର, ପାତ୍ରପଡ଼ା, ରସୁଲଗଡ଼, ଖଣ୍ଡଗିରି ଓ ଲିଙ୍ଗରାଜ ଅଞ୍ଚଳ ଭଳି ମୁଖ୍ୟ ସ୍ଥାନଗୁଡ଼ିକରେ ଦୋକାନ ରହିବା ନିର୍ଦ୍ଧାରିତ ହୋଇଛି। ପ୍ରତ୍ୟେକ ଦୋକାନ ପାଇଁ ମାସିକ ନ୍ୟୁନତମ ଗ୍ୟାରାଣ୍ଟି ଏକ୍ସାଇଜ୍ ରେଭେନ୍ୟୁ ବା ଏମଜିଇଆର ସରକାରଙ୍କ ଦ୍ୱାରା ନିର୍ଣ୍ଣୟ ହେବ। ଆବେଦନ ପାଇଁ ଆଇଏମଏଫଏଲ ଅଫ୍ ଦୋକାନ ପାଇଁ ୩ ଲକ୍ଷ ଟଙ୍କା ଓ ଦେଶୀ ମଦ ଦୋକାନ ପାଇଁ ୨ ଲକ୍ଷ ଟଙ୍କା ଶୁଳ୍କ ନିର୍ଦ୍ଧାରିତ ହୋଇଛି । ଆବେଦକଙ୍କୁ ଆଧାର/ଭୋଟର କାର୍ଡ, ପାନ୍ କାର୍ଡ, ଫଟୋ ଓ ଅନ୍ୟାନ୍ୟ ଆବଶ୍ୟକ ଦଲିଲ ଦାଖଲ କରିବାକୁ ପଡ଼ିବ ।
ଏହା ସହିତ, ୨୧ ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ଲାଇସେନ୍ସ ଦିଆଯିବ ନାହିଁ ଓ ଗତ ୫ ବର୍ଷ ମଧ୍ୟରେ ଏକ୍ସାଇଜ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ଅଯୋଗ୍ୟ ହେବେ । ଏହା ସହ ଲାଇସେନ୍ସଧାରୀଙ୍କୁ ନିର୍ଦ୍ଧାରିତ ସ୍ଥାନରେ ୧୫ ଦିନ ମଧ୍ୟରେ ଦୋକାନ ଖୋଲିବାକୁ ପଡ଼ିବ । ଲଟେରି ପ୍ରକ୍ରିୟା ପୂର୍ଣ୍ଣ ପାରଦର୍ଶୀ ଭାବେ ଆବେଦକମାନଙ୍କ ଉପସ୍ଥିତିରେ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ତିମ ଚୟନ ପରେ ଜିତୁଥିବା ଆବେଦକଙ୍କୁ ଜମା ରାଶି ଓ ଆବଶ୍ୟକ ଦଲିଲ ଦାଖଲ ପରେ ଲାଇସେନ୍ସ ଦିଆଯିବ ।

  • Related Posts

    ବଙ୍ଗୋପସାଗରରେ ଆସିବ କି ବାତ୍ୟା

    ଭୁବନେଶ୍ୱର: ପୁଣି ଡରାଇଲା ମେ ମାସ…ବଙ୍ଗୋପସାଗରରେ ଆସିବ କି ବାତ୍ୟା । ପାଣିପାଗ ବିଶେଷଜ୍ଞ କହିଲେ, ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ସେପଟେ ୧୧ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ୪୮ ଘଣ୍ଟା ପାଇଁ…

    Continue reading
    ପୁରୁଣା ସ୍ମାର୍ଟଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍‌

    ନୂଆଦିଲ୍ଲୀ :୮ ସେପ୍ଟେମ୍ବର ୨୦୨୬ ଠାରୁ ହ୍ୱାଟ୍ସଆପ୍ ସ୍ମାର୍ଟଫୋନ୍‌ରେ କାମ କରିବା ବନ୍ଦ କରିଦେବ। ହ୍ୱାଟ୍ସଆପ୍‌ର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ। ଯଦି ସେମାନେ ସେମାନଙ୍କର ମୋବାଇଲ୍ ଡିଭାଇସ୍‌ରେ ହ୍ୱାଟ୍ସଆପ୍ ବ୍ୟବହାର ଜାରି ରଖିବାକୁ ଚାହାଁନ୍ତି, ତେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ