ମୋବାଇଲ ଟାୱାର ଉପରେ ଚଢି ଯୁବକର ଆତ୍ମହତ୍ୟା ଧମକ

ଦେବଗଡ଼:ମୋବାଇଲ ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଉଛନ୍ତି ଜଣେ ଯୁବକ।ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ଥାନା ଝୁମ୍ପୁରା ଗ୍ରାମରେ। ଉକ୍ତ ଗ୍ରାମରେ ଲୁବୁ ନାୟକ ଆଜି ମୋବାଇଲ ଟାୱାରର ଶୀର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଇଛନ୍ତି। ସୂଚନାପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।ସୂଚନା ଅନୁଯାୟୀ, ଲୁବୁ ପୂର୍ବରୁ ବିବାହ କରିଥିବାବେ‌ଳେ ପାରିବାରିକ ଅଶାନ୍ତି ଯୋଗୁଁ ତାଙ୍କର ସ୍ତ୍ରୀ ଛୁଆକୁ ଧରି ତାଙ୍କ ବାପ ଘରକୁ ଚାଲିଯାଇଛନ୍ତି।ଏହାପରେ କିଛି ଦିନ ପୂର୍ବରୁ ଲୁବୁ ପାଲଲହଡା ଥାନାଚଂଳର ଜଣେ ଯୁବତୀକୁ ତାଙ୍କର ଘରକୁ ଆଣିଥିଲେ।କିନ୍ତୁ ଉକ୍ତ ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଆଜି ଘରକୁ ନେଇଯିବାରୁ ଲୁବୁ ନିରାଶ ହୋଇ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।ସେ ମୋବାଇଲ ଟାୱାରର ଶୀର୍ଷ ଉପରକୁ ଚଢି ଯାଇଥିବାରୁ ସେ କଣ କହୁଛନ୍ତି କିଛି ଶୁଭୁ ନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି।

  • Related Posts

    ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

    କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

    Continue reading
    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ