ଯୁବକଙ୍କୁ ଦଳି ଦେଲା ଦନ୍ତା

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜରେ ଦନ୍ତା ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଟାପୁରସିଙ୍ଗା ଗାଁର ନରେନ୍ଦ୍ର ପ୍ରଧାନ । ସେ ମଙ୍ଗଳବାର ସାନ ନୁଆପଡା ଗାଁକୁ ଆସି ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିଲେ । ଏହି ସମୟରେ ନରେନ୍ଦ୍ର ଦନ୍ତା ହାତୀ ବାହୁଡ଼ରେ ପଡ଼ିଥିଲେ । ଦନ୍ତା ତାଙ୍କୁ ଦେଖି କଚାଡ଼ି ବା ପରେ ଦଳି ମାରିଦେଇଥିବା ଜଣାପଡ଼ିଛି ।

ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଲୋକେ ଘରୁ ବାହାରୁ ନାହାନ୍ତି । ହାତୀକୁ ତୁରନ୍ତ ଜଙ୍ଗଲକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।

  • Related Posts

    ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ

    ଭୂବନେଶ୍ବର: ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ଅନନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖ କେନାଲ ବନ୍ଧ ପାଖରେ ପଡ଼ିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରେ ପଡ଼ିଛି…

    Continue reading
    ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ, ବନ୍ଦ ରହିଲା ଅଭିଯୋଗ ଶୁଣାଣି ଶିବିର

    ଦେବଗଡ଼:ବାର‌କୋଟ ବ୍ଲକର ପୁରୁଣାପାଣି ଠାରୁ ଗୁରୁଜାଙ୍ଗ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଆଜିକୁ ୬ମାସରୁ ଉର୍ଦ୍ଧ୍ବ ହେବ ଉକ୍ତ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ତେବେ ଗ୍ରାମବାସୀମା‌ନେ ଉକ୍ତ ରାସ୍ତାକୁ ସଂପୂର୍ଣ୍ଣ କରିବା ପାଇଁ ବାରମ୍ବାର ଦାବି କରୁଥିବାବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ