ଲକ୍ଷ୍ନ ଠାରେ ବିଧାନସଭାର ସଚିବମାନଙ୍କର ସର୍ବଭାରତୀୟ ସମ୍ମିଳନୀ

ଭୁବନେଶ୍ୱର,୨୧/୦୧/୨୬:ଲକ୍ଷ୍ନେଠାରେ ଆୟୋଜିତ 86 ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ସହ 62ତମ ବିଧାନସଭାର ସଚିବମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ଯବ୍ରତ ରାଉତ ବିଧାନସଭାର କାର୍ଯ୍ୟଭାର ଓ ପରିସର ବୃଦ୍ଧି ସହ ଅଧିକ କର୍ମଚାରୀମାନଙ୍କ ନିଯୁକ୍ତି, ବିଭିନ୍ନ ରାଜ୍ଯର ବିଧାନସଭାର କର୍ମଚାରୀମାନଙ୍କ ମଧ୍ୟରେ ରହିଥିବା ଦରମାରେ ତାରତମ୍ଯ ଦୂର କରି ଏକକ ବେତନ ବ୍ଯବସ୍ଥା ପ୍ରଚଳନ ସମ୍ପର୍କରେ ନିଜର ଅଭିବ୍ଯକ୍ତିରେ ଗୁରୁତ୍ବାରୋପ କରିବା ସହ କହିଲେ ଯେ ଓଡ଼ିଶା ବିଧାନସଭାର ଅଧିବେଶନ 2024ରେ 42 ଦିନ ଅନୁଷ୍ଠିତ ହୋଇଥିବାବେଳେ ଏହା ଅନ୍ଯ ରାଜ୍ଯମାନଙ୍କ ତୁଳନାରେ ସର୍ବାଧିକ ଏବଂ ଜାତୀୟ ହାରଠାରୁ ଅଧିକ । ଜୁନ୍ 2024ରୁ ଜୁନ୍ 2025 ମଧ୍ୟରେ 62ଟି ବୈଠକ ସମ୍ପନ୍ନ ହୋଇଛି । ଓଡ଼ିଶା ପ୍ରଥମ ରାଜ୍ଯ ଭାବେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ନେଭା ମାଧ୍ୟମରେ ସମ୍ପୂର୍ଣ୍ଣ କାଗଜବିହୀନ ବଜେଟ ଉପସ୍ଥାପନ କରିବା ସହ ଏବେ ପେପରଲେସ୍ ହାଉସ୍ ଭାବରେ ପରିଗଣିତ ହେଉଛି । ଏହା ଏବେ ଅନ୍ଯ ରାଜ୍ଯ ପାଇଁ ମଡେଲ ସାଜିଛି । ଆମେ 1937 ମସିହାର ପୁରୁଣା ରେକର୍ଡର ଡିଜିଟାଇଜେସନ୍ କରିବା ସହ ଓଡ଼ିଶା ବିଧାନସଭାର ପାଠାଗାରକୁ ରାଜ୍ଯ ସର୍ବୋତ୍ତମ ପାଠାଗାର ଭାବେ ପ୍ରତିଷ୍ଠିତ କରିପାରିଛୁ ।
ସମ୍ମିଳନୀର ପ୍ରାରମ୍ଭରେ ଉତ୍ତରପ୍ରଦେଶ ବିଧାନସଭାର ପ୍ରମୁଖ ସଚିବ ଶ୍ରୀ ପ୍ରଦୀପ କୁମାର ଦୁବେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିବାବେଳେ ଲୋକସଭାର ମହାସଚିବ ଶ୍ରୀ ଉତ୍ପଳ କୁମାର ସିଂହ ଓ ରାଜ୍ଯସଭାର ମହାସଚିବ ଶ୍ରୀ ପି.ସି. ମୋଦୀ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ଉତ୍ତରପ୍ରଦେଶ ବିଧାନ ପରିଷ’ର ପ୍ରମୁଖ ସଚିବ ଡ. ରାଜେଶ ସିଂ ଧନ୍ଯବାଦ ଅର୍ପଣ କରିଥିଲେ । ଏହି ଅବସରରେ ୩୫ଟି ରାଜ୍ୟ ବିଧାନସଭା ଓ ବିଧାନପରିଷଦ ର ସଚିବ ଯୋଗ ଦେଇଥିବାବେଳେ ଓଡ଼ିଶା ସମେତ ତେଲେଙ୍ଗାନା, କର୍ଣ୍ଣାଟକ, କାଶ୍ମୀର, ଗୁଜରାଟ, ନାଗାଲାଣ୍ଡ, ଓ ମଣିପୁରର ସଚିବ ସମ୍ମିଳନୀରେ ଆଲୋଚନାରେ ଅଂଶ ଗ୍ରହଣକରି ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ l ସମ୍ମିଳନୀରେ ବିଧାନସଭାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ନେଇ ସହମତି ପ୍ରକାଶ ପାଇ ଥିଲା l

  • Related Posts

    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading
    ଖୁସିଖବର : ନଭେମ୍ବର ସୁଦ୍ଧା ସରିବ ଅଧ୍ୟାପକ ନିଯୁକ୍ତି  

    ଭୁବନେଶ୍ୱର, ଅକ୍ଟୋବର ୩: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ