ସଲମାନ କ୍ଷମା ପ୍ରାର୍ଥନା କଲେ ବିବାଦ ତୁଟିଯିବ: ବିଷ୍ଣୋଇ ସମାଜ

ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗତ ୩ ଦିନ ତଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଗୁଳି ଚାଳନା ଘଟଣା ସାରା ଭାରତରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି । ଏହି ପରିପ୍ରେକ୍ଷୀରେ ଅଭିନେତା ସଲମାନ ଖାନ ନିଜ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି । ଏପଟେ ତାଙ୍କ ସୁରକ୍ଷାକୁ ମଧ୍ୟ ବଢାଇ ଦିଆଯାଇଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରଥମ ଟାର୍ଗେସ ସଲମାନ ଖାନ୍ ଥିବା ନେଇ ଚର୍ଚ୍ଚା ବଢିବା ସହ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଷ୍ଣୋଇ ସମାଜ । ତେବେ ୨୮ ବର୍ଷ ତଳେ ସଲମାନଙ୍କ ହାତରେ ଶିକାର ହୋଇଥିବା ଏକ କଳା ହରିଣ ଘଟଣାକୁ ଏଥିସହ ଯୋଡିଛି ବିଷ୍ଣୋଇ ସମାଜ । ବୁଧବାର ବିଷ୍ଣୋଇ ସମାଜର ସଭାପତି ଦେଭେନ୍ଦ୍ର ବୁଧିଆ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି, ‘ସଲମାନ ୨୮ ବର୍ଷ ତଳେ କଳା ହରିଣ ଶିକାର କରି ଯେଉଁ ଅପରାଧ କରିଥିଲେ, ସେଥିପାଇଁ ରାଜସ୍ଥାନ ବିକାନେର ଜିଲାରେ ଥିବା ମୁକାମ୍‌ରେ କ୍ଷମା ପ୍ରାର୍ଥନା କରନ୍ତୁ । ଦୀର୍ଘଦିନର ବିବାଦ ତୁଟିଯିବ ।’
ବିଷ୍ଣୋଇ ସମାଜ ସଭାପତି ଶ୍ରୀ ବୁଧିଆ ଗଣମାଧ୍ୟମକୁ କହିଛନ୍ତି, ସଲମାନ ଯଦି କ୍ଷମା ପ୍ରାର୍ଥନା କରନ୍ତି, ତେବେ ତାଙ୍କୁ କ୍ଷମା କରିଦେବାକୁ ବିଷ୍ଣୋଇ ସମାଜ ପ୍ରସ୍ତୁତ । ଏନେଇ ବିଷ୍ଣୋଇ ସମାଜ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଲମାନଙ୍କୁ ଏଥିପାଇଁ ପ୍ରଥମେ ନିଜ ଆଡୁ ପ୍ରସ୍ତାବ ଦେବାକୁ ହେବ । ବିଷ୍ଣୋଇ ସମାଜ ବନ୍ୟପ୍ରାଣୀ ଓ ବଣ ଜଙ୍ଗଲ ସୁରକ୍ଷାକୁ ନିଜ ଧର୍ମ ଭାବୁଥିବାରୁ ଏଥିରେ କେହି ବାଧା ଦେଲେ ତାକୁ ଅପରାଧ ବୋଲି ବିବେଚନା କରାଯିବ । ଟାଇଗର ଶ୍ରଫଙ୍କ ଉପରେ ଗୁଳିକାଣ୍ଡ ସମ୍ପର୍କରେ ଶ୍ରୀ ବୁଧିଆ କହିଛନ୍ତି, ‘ହିଂସା ସବୁବେଳେ ନିନ୍ଦନୀୟ । ତେବେ ଏ କ୍ଷେତ୍ରରେ ଉଭୟ ପଟର ଭୁଲ୍ ରହିଛି । ଅଭିନେତା ସଲମାନ ଖାନ ଯଦି ନିଜ ଅହଂକାର ଛାଡିଦିଅନ୍ତେ, ତେବେ ବିବାଦ କେବେଠୁ ସମାଧାନ ହୋଇସାରନ୍ତାଣି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିକାନେର ଜିଲା ନୋଖା ତହସିଲ ଅଂଚଳର ଛୋଟ ଏକ ଗାଁର ନାମ ମୁକାମ୍ । ଶିଖ୍‌ମାନଙ୍କ ପାଇଁ ଅମ୍ରିତଶର, ହିନ୍ଦୁମାନଙ୍କ ପାଇଁ ହରିଦ୍ୱାର ଯେମିତି, ବିଷ୍ଣୋଇ ସମାଜ ପାଇଁ ମୁକାମ ସେମିତି ପବିତ୍ର ସ୍ଥାନ । ଏଠାରେ ବିଷ୍ଣୋଇ ସମାଜର ପ୍ରତିଷ୍ଠାତ ଗୁରୁ ଜମ୍ଭେଶ୍ୱରଙ୍କ ୧୫ଶ ଶତାବ୍ଦୀର ସମାଧି ରହିଛି । ଏହାକୁ ବିଷ୍ଣୋଇ ସମାଜ ଲୋକେ ସେବେଠୁ ପୂଜା କରି ଆସୁଛନ୍ତି ।

  • Related Posts

    ଇଣ୍ଡିଆ କେମ୍ ୨୦୨୬ରେ ଶିଳ୍ପ ସମ୍ଭାବନା ପ୍ରଦର୍ଶନ କରିବ ଓଡ଼ିଶା

    ଭୁବନେଶ୍ବର: ରାସାୟନିକ ଓ ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସରକାର ନିଜର ଶିଳ୍ପ ସମ୍ଭାବନାକୁ ଜାତୀୟ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଥିପାଇଁ…

    Continue reading
    ଆଜି ଇଣ୍ଡିଆ ମେଣ୍ଟର ଅନଲାଇନରେ ବଡ଼ ବୈଠକ

    ନୂଆଦିଲ୍ଲୀ: ଅନଲାଇନରେ ହେବ ଇଣ୍ଡିଆ ମେଣ୍ଟର ବୈଠକ । ଭୋଟ ଚୋରି ପ୍ରସଙ୍ଗରେ ଆନ୍ଦୋଳନର ରୂପରେଖ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାପ ପକାଇବା ପାଇଁ ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ମେଣ୍ଟର ଅନଲାଇନ ବୈଠକ ଅନୁଷ୍ଠିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି