
ଦେବଗଡ଼:ତିଲେଇବଣି ବ୍ଲକର ଲୁଢର ଗ୍ରାମସ୍ଥିତ ସୁବାସ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ନରେନ୍ଦ୍ର ମହାପାତ୍ର, ରାକେଶ ଚନ୍ଦ୍ର ସେଠୀ, ହିରଣ୍ମୟ ନନ୍ଦ, ନରେଶ ଶଙ୍କର ହଂସ ,ମୋହନଲାଲ ବାଘ,ହୃଷିକେଶ ବରିହା, ଧରଣୀଧର ସାହୁ, ହୃଦାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ଅବସରଗ୍ରହଣ କରିଥିବା କିରାଣୀ ଅନାଦି ଚରଣ ନାୟକ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ଏହାସହିତ ଅବସରଗ୍ରହଣ କରିଥିବା କିରାଣୀ ଶ୍ରୀ ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ନେତ୍ରାନନ୍ଦ ଜୟପୁରିଆ ପରିଚାଳନା କରିଥିବାବେଳେ କ୍ରୀଡା ଶିକ୍ଷକ ସଞ୍ଜୟ ପ୍ରଧାନ ଧନ୍ୟବାଦ ଦେଇଥିଲେ।




