ସୁସ୍ଥ ଓ ଆନନ୍ଦମୟ ଶୈଶବ ଗଠନରେ ଅଭିଭାବକଙ୍କ ଅଧିକ ସମ୍ପୃକ୍ତି ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଶିଶୁମାନଙ୍କ ଉପଯୁକ୍ତ ଯତ୍ନର ଗୁରୁତ୍ୱକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ହରିନଗର ସ୍ଥିତ ମଇଁଷିଖାଲଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ‘କୋଟିଏ ହସ – ବାର୍ଷିକ ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ ହୋଇଯାଇଛି।

ଶିଶୁ ଦିବସ ଅବସରରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସମେତ ଜିଲ୍ଲା ଓ ରାଜ୍ୟସ୍ତରରେ ଏକକାଳୀନ ଏହି ଉତ୍ସବ ପାଳନ କରାଯାଇଛି, ଯାହା ଆନନ୍ଦମୟ, ଖେଳ-ଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁ, ପିତାମାତା ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ ଏକାଠି କରିଛି।

ସମସ୍ତଙ୍କୁ ସମ୍ବୋଧିତ କରି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ ଯେ, ଶିଶୁର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସ୍ନେହ, ଯତ୍ନ, ମମତା ଏବଂ ସମ୍ପୃକ୍ତି ମାଧ୍ୟମରେ ହିଁ ତାର ଭବିଷ୍ୟତର ମୂଳଦୁଆ ଗଠିତ ହୋଇଥାଏ। ଶିଶୁର ଲାଳନପାଳନ ଉଭୟ ପିତାମାତାଙ୍କର ମିଳିତ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିବା ସହ ଶିଶୁ ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ପିତାମାନଙ୍କୁ ଉତ୍ସାହିତ କରିଥିଲେ। ଶିଶୁମାନଙ୍କ ଭାବପ୍ରବଣ, ସାମାଜିକ ଏବଂ ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ପାରମ୍ପରିକ ପ୍ରଥା ଯଥା- ନାନାବାୟା ଗୀତ, ଗପ କହିବା ଏବଂ ଆନନ୍ଦମୟ ଭାବବିନିମୟକୁ ସଂରକ୍ଷିତ ରଖିବାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଉତ୍ସାହ, ସୃଜନଶୀଳତା ଏବଂ ପାରିବାରିକ ଅଂଶଗ୍ରହଣରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ୦ ରୁ ୬ ବର୍ଷ ବୟସର ପ୍ରାୟ ୭୦୦ ଶିଶୁ ସେମାନଙ୍କର ପିତାମାତା ଏବଂ ଅଭିଭାବକଙ୍କ ସହ ଯୋଗ ଦେଇଥିଲେ। ଶିଶୁମାନଙ୍କର ଦୈନନ୍ଦିନ ଶିକ୍ଷଣ ଅନୁଭୂତିରେ ଅଭିଭାବକମାନଙ୍କୁ ସାମିଲ କରିବା ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଜନ୍ମରୁ-୩ ବର୍ଷର ଶିଶୁ ଏବଂ ୩-୬ ବର୍ଷର ପିଲାମାନଙ୍କ ପାଇଁ ପୃଥକ ପୃଥକ କାର୍ଯ୍ୟକଳାପ ପ୍ରସ୍ତୁତ କରାଯାଇଥିଲା।
ବିଭିନ୍ନ କାର୍ଯ୍ୟକଳାପ କର୍ଣ୍ଣର (Activity Corners) ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ ଶିଶୁ, ଅଭିଭାବକ ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଭାବବିନିମୟ କରିଥିଲେ ଏବଂ ଖେଳ ମାଧ୍ୟମରେ ଶିକ୍ଷାକୁ ଶିଶୁ ଲାଳନପାଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପରିବାରବର୍ଗଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକଳାପ କର୍ଣ୍ଣରଗୁଡ଼ିକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) ସାମଗ୍ରୀ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା (PSE) କିଟ୍, ଜେଜେବାପା-ଜେଜେମାଆଙ୍କ ଦ୍ୱାରା ପାରମ୍ପରିକ ନାନାବାୟା ଗୀତ ଓ ଗପ କହିବା, ପିତାମାନଙ୍କ ଦ୍ୱାରା ସ୍ଥାନୀୟ ତଥା ସ୍ୱଳ୍ପ ମୂଲ୍ୟର ସାମଗ୍ରୀ ବ୍ୟବହାର କରି ନିଜ ହାତରେ ଖେଳଣା ତିଆରି (DIY toy-making), ଏବଂ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ବିକାଶ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।

ଶିଶୁମାନେ ଅଭିନୟ ଗୀତ, ନୃତ୍ୟ, ଗପ କହିବା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରି ସେମାନଙ୍କର ସୃଜନଶୀଳତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କର ସଫଳତାକୁ ସ୍ୱୀକୃତି ଦେବା ସହ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ଉତ୍ସାହିତ କରିଥିଲେ। ନିଜ ହାତରେ ଅଭିନବ ଖେଳଣା ତିଆରି କରିଥିବା ପିତାମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ। ଘରେ ସୃଜନଶୀଳ କାର୍ଯ୍ୟକଳାପ ଏବଂ ଖେଳ-ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଜନ୍ମରୁ-୬ ବର୍ଷ ବୟସର ଶିଶୁମାନଙ୍କୁ ଉପହାର ବଣ୍ଟନ କରାଯାଇଥିଲା।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବ୍ୟତୀତ, ଓଡ଼ିଶାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ‘କୋଟିଏ ହସ’ ପାଳନ କରାଯାଇଥିବା ବେଳେ ଜିଲ୍ଲା ସଦର ମହକୁମା ନିକଟସ୍ଥ ମନୋନୀତ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ପ୍ରତ୍ୟେକ ଶିଶୁର ଅଭିବୃଦ୍ଧି ଓ ବିକାଶ ପାଇଁ ଉତ୍ତରଦାୟୀ ଅଭିଭାବକତ୍ୱ, ପ୍ରାରମ୍ଭିକ ପ୍ରେରଣା ଏବଂ ଏକ ସହାୟକ ପରିବେଶର ଗୁରୁତ୍ୱ ବିଷୟରେ ସଚେତନତା ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ସମାଜ ଓ ପରିବାରଗୁଡ଼ିକୁ ଏକାଠି କରିଥିଲା। ‘କୋଟିଏ ହସ’ ମାଧ୍ୟମରେ ବିଭାଗ ଏହି ବାର୍ତ୍ତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଯେ ଶୈଶବ ଯତ୍ନ, ସାହଚର୍ଯ୍ୟ, ସୃଜନଶୀଳତା ଏବଂ ଆନନ୍ଦମୟ ଶିକ୍ଷାରେ ପରିପୂର୍ଣ୍ଣ ହେବା ଉଚିତ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ଶିଶୁ ଯେପରି ବଢ଼ିବା, ଶିଖିବା ଏବଂ ବିକଶିତ ହେବା ପାଇଁ ଏକ ଅନୁକୂଳ ପରିବେଶ ପାଇପାରିବେ, ତାହା ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ଏବଂ ପଦାଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ‘ଅକଭାନ୍’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ

    ଭୁବନେଶ୍ୱର: ବାତ୍ୟା ‘ଅକଭାନ୍ ’ର ଗତିପଥକୁ ନେଇ ସ୍କାଏମେଟ୍ ର ବଡ଼ ଆକଳନ । ବାତ୍ୟା ପାଇଁ ୩ଟି ସମ୍ଭାବ୍ୟ ଗତିପଥ, ତାମିଲନାଡୁ-ଆନ୍ଧ୍ର, ପଶ୍ଚିମବଙ୍ଗ-ବଙ୍ଗଳାଦେଶ ଓ ମିଆଁମାର ଉପକୂଳକୁ ନେଇ ଆକଳନ । ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ୍ ’ର ଗତିପଥକୁ…

    Continue reading
    ବାତ୍ୟା ପ୍ରଭାବ: ୧୮ରୁ ୨୦ ଯାଏଁ ଛେଚିବ ବର୍ଷା!

    ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ବର୍ଷା ପବନ ହୋଇପାରେ। ୧୮, ୧୯ ଏବଂ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !