ସୋମବାର ଯୁକ୍ତ ତିନି ନାମଲେଖା ମେଧା ତାଲିକା

ଭୁବନେଶ୍ବର: ଆସନ୍ତା ୨୨ ତାରିଖ (ସୋମବାର) ଦିନ ଯୁକ୍ତ ତିନି ଅର୍ଥାତ୍ ସ୍ନାତକ ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏହି ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ୨୩ ତାରିଖରୁ ୨୫ ତାରିଖ ମଧ୍ୟରେ ନାମ ଲେଖାଇବେ । ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟ ଅପଡେଟ୍ ପରେ ବଳକା ସିଟ୍ରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ଜୁଲାଇ ୨ ତାରିଖରେ ପ୍ରକାଶ ପାଇବ । ରାଜ୍ୟରେ ୧୦୫୩ଟି ଶିକ୍ଷାନୁଷ୍ଠାନରେ ନାମଲେଖା ହେବ । ଏଥିପାଇଁ ମୋଟ ୨ ଲକ୍ଷ ୮୭ ହଜାର ୩୨୭ଟି ସିଟ୍ ରହିଛି ।

ସମୁଦାୟ ୨ ଲକ୍ଷ ୩୭ ହଜାର ୨୦୦ ଜଣ ଆବେଦନ କରିଛନ୍ତି । ଏଥିରୁ ୨ଲକ୍ଷ ୨୪ ହଜାର ୨୦ ଜଣ ଛାତ୍ରଛାତ୍ରୀ ଅନ୍ଲାଇନ ଆବେଦନ ଫି ପ୍ରଦାନ କରିଛନ୍ତି । ଗତବର୍ଷ ଶିକ୍ଷାବର୍ଷରେ ୧୦୫୧ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ମୋଟ୍ ୨ ଲକ୍ଷ ୭୬ ହଜାର ୩୪୫ଟି ସିଟ୍ ରହିଥିଲା । ଏବର୍ଷ ୧୦ ହଜାର ୧୦ ହଜାର ୩୭୦ଟି ସିଟ୍ ବୃଦ୍ଧି କରାଯାଇଛି ।

  • Related Posts

    ରାଇକିଆରେ ବିଶ୍ୱ ଯୋଗ ଦିବସ

    ରାଇକିଆ: ବିଶ୍ୱ ଯୋଗ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳର ବିଭିନ୍ନ ସରକାରୀ, ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଅବଲମ୍ବନ…

    Continue reading
    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ