
ପ୍ରଥମ ଦିନ ଅତିରିକ୍ତ ବଜେଟ୍ ଉପସ୍ଥାପନ
ଭୁବନେଶ୍ୱର, ୨୮ ।୧୦ : ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ଦିନ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଆଗତ କରିବେ । ନଭେମ୍ବର ୩୦ରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ଆସିବ । ଶୀତ ଅଧିବେଶନଟି ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟସୂଚୀ ରହିଛି ।
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୮ରେ ଅତିରିକ୍ତ ବଜେଟ୍ ଆଗତ କରାଯିବ । ବଜେଟ୍ ଖର୍ଚ୍ଚଦାବି ନେଇ ୨୫, ୨୬ ଓ ୨୭ରେ ତିନିଦିନ ଧରି ଆଲୋଚନା କରାଯିବ । ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ରହିଥିଲେବି ଏହାର ଯଥେଷ୍ଟ ପୂର୍ବରୁ ବିଧାନସଭା ସରିବାର ସମ୍ଭାବନା ରହିଛି । ସାଧାରଣତଃ ଶୀତ ଅଧିବେଶନରେ ଅତିରିକ୍ତ ବଜେଟ୍ ହିଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଦୁଇ ସପ୍ତାହ ଭିତରେ ଅତିରିକ୍ତ ବଜେଟ୍ ଗୃହୀତ ହେବ । ଶୀତ ଅଧିବେଶନରେ ସରକାର ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାର ବି ସମ୍ଭାବନା ରହିଛି ।



