୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବଢ଼ିଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ସମାଲୋଚନା ପରେ ନିର୍ବାଚନ କମିସନ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ୬ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର ତାରିଖ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ଓ ମହାରାଷ୍ଟ୍ରର ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ଯୋଡ଼ିବା, କାଟିବା କିମ୍ବା କୌଣସି ତ୍ରୁଟି ସମ୍ପର୍କରେ ଦାବି ତଥା ଆପତ୍ତି ଦାଖଲ ପାଇଁ ଆୟୋଗ ଅତିରିକ୍ତ ସମୟ ଦେଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ, ହରିୟାଣା, ତେଲଙ୍ଗାନା ଓ ନାଗାଲାଣ୍ଡରେ ନୋଟିସ୍‌ର ସମାଧାନ ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର ସମେତ ୫ ରାଜ୍ୟରେ ନଭେମ୍ବର ୩୦ରେ ଓ ଦିଲ୍ଲୀରେ ଡିସେମ୍ବର ୨୨ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ଗତ ୨୮ ତାରିଖରେ ସୁପ୍ରିମକୋର୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରମାନଙ୍କୁ ଦାବି ଓ ଆପତ୍ତି ଦାଖଲ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ସହ ତରବରିଆ ଭାବେ ପ୍ରକ୍ରିୟା ସାରି ନ ଦେବାକୁ ଗୁରୁତ୍ୱ ଦେଇଥିଲେ। ଏହି ରାଜ୍ୟଗୁଡ଼ିକରେ ବର୍ତ୍ତମାନ ନିର୍ବାଚନ ନଥିବାବେଳେ ଏତେ ତରବରିଆ କାହିଁକି ହେଉଛନ୍ତି ବୋଲି ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ ଯେ ଏସଆଇଆରର ତୃତୀୟ ପର୍ଯ୍ୟାୟରେ ହରିୟାଣା, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଦିଲ୍ଲୀ ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୩୬.୭୩ କୋଟି ଭୋଟରଙ୍କ ଯାଞ୍ଚ କରାଯିବ। ଏସଆଇଆରର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ୧୦ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇସାରିଛି।

  • Related Posts

    କକ୍ଷପଥରେ ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩

    ନୂଆଦିଲ୍ଲୀ: ନାଭିଗେସନ୍ କ୍ଷେତ୍ରରେ ଭାରତ ଲମ୍ବା ଉଡ଼ାଣ ଭରିଛି । ବିଦେଶୀ ଜିପିଏସ୍ ଉପରୁ କମିବ ନିର୍ଭରତା । ସେନାକୁ ମିଳିବ ଉନ୍ନତ ନାଭିଗେସନ୍ ସୁବିଧା । ମହାକାଶରେ ଭାରତ ବଡ଼ ସଫଳତା ହାସଲ କରିଛି । ଭାରତକୁ ତାର ନିଜସ୍ୱ…

    Continue reading
    ଜାନୁଆରୀ ୨୫ରୁ ଫେବୃଆରୀ ୨୮ ଜନଗଣନା

    ନୂଆଦିଲ୍ଲୀ : ଆସନ୍ତାବର୍ଷ (୨୦୨୭) ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ ଜନଗଣନା କରାଯିବ। ଏ ସମ୍ପର୍କରେ ଶୁକ୍ରବାର ଜନଗଣନା କମିସନରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଲଦାଖ, ହିମାଚଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି