ଚୋରି ଟଙ୍କା ଉଦ୍ଧାର,ଅଭିଯୁକ୍ତ ଗିରଫ

ରାଇକିଆ: ଜଣେ ମହିଳାଙ୍କଠାରୁ ପ୍ରାୟ ୧୫ ଦିନ ପୂର୍ବରୁ ୨୦,୦୦୦ ଟଙ୍କା ଚୋରି ହୋଇଥିଲା। ଏନେଇ ସମ୍ପୃକ୍ତ ମହିଳା ଗତକାଲି ରାଇକିଆ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ରାଇକିଆ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ଯାଇଥିବା ଟଙ୍କା ମଧ୍ୟରୁ ୧,୫୦୦ ଟଙ୍କା ଉଦ୍ଧାର କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି।ରାଇକିଆ ଥାନା କେସ୍ ନଂ–୮୬/୨୬, ଧାରା ୩୦୩(୨) ବିଏନଏସ୍‌ ମାମଲାରେ ଝାଡ଼ଖଣ୍ଡର ବିନୋଦ ପାସୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୧,୫୦୦ ଟଙ୍କା, ଗୋଟିଏ ଛୁରୀ, ଗୋଟିଏ ରେଜର ବ୍ଲେଡ୍, ଗୋଟିଏ ଗୋଲାପୀ ରଙ୍ଗର ଟାୱେଲ୍ ଏବଂ ଗୋଟିଏ ଫେସ୍‌ ମାସ୍କ ଜବତ କରାଯାଇଛି।ଅଭିଯୁକ୍ତଙ୍କୁ ଗିରଫ ପରେ ଅଦାଲତକୁ ଚାଲାଣ କରାଯାଇଛି। ଜବତ ହୋଇଥିବା ୧,୫୦୦ ଟଙ୍କା ଅଭିଯୋଗକାରୀ ମହିଳାଙ୍କୁ ଫେରସ୍ତ କରାଯାଇଛି।
ଏହି ସଫଳ କାର୍ଯ୍ୟାନୁଷ୍ଠାନ ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିବା ବେଳେ, ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ. ତପନ କୁମାର ଦାସ ତଦନ୍ତ କରୁଛନ୍ତି.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ