ନୂଆଦିଲ୍ଲୀ,04/09 :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଏହି ଲେଖାରେ ବର୍ଣ୍ଣନା କରାଯାଛି ଯେ, କିପରି ଇଣ୍ଡିଆ ପୋଷ୍ଟ ଅଫିସ୍ ଏବଂ ଆଇପିପିବି ଅନଲାଇନ ସହିତ ଭାରତର ଡାକ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟ୍ୱାର୍କରେ ପରିଣତ ହୋଇଛି, ଯାହା ସମ୍ମାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରୁଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିଦ୍ୟ ଏମ୍. ସିନ୍ଧିଆଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି; “ସରକାରଙ୍କ ଅଭୂତପୂର୍ବ ପ୍ରୟାସ ସହିତ, ଆମର ବିନମ୍ର ପୋଷ୍ଟମ୍ୟାନ ଆର୍ଥିକ ସମାବେଶୀର ପ୍ରତୀକ ପାଲଟିଛନ୍ତି । ଇଣ୍ଡିଆ ପୋଷ୍ଟ ଅଫିସ ଏବଂ ଆଇପିପିବି ଅନ୍ଲାଇନ୍ ସହିତ, ଭାରତର ଡାକ ବ୍ୟବସ୍ଥା ଏବେ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟୱାର୍କରେ ପରିଣତ ହୋଇଛି, ଯାହା ସମ୍ମାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରୁଛି ।
ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…




