ସୋସିଆଲ ମିଡ଼ିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ନୂଆଦିଲ୍ଲୀ: ନେପାଳରେ ସୋସିଆଲ ମିଡିଆ ବ୍ୟାନ୍‍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର । ସୋମବାର ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ଏହି ପ୍ରତିବନ୍ଧକ ହଟାଇଛନ୍ତି । ଗତକାଲି ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୁଲିସ-ଜନତା, ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଦେଶବ୍ୟାପୀ ଜେନ-ଜିଙ୍କ ଆନ୍ଦୋଳନ ପରେ ଇସ୍ତଫା ଦେଇଛନ୍ତି ଗୃହମନ୍ତ୍ରୀ ରମେଶ ଲେଖକ । ଏହି ବିକ୍ଷୋଭରେ ୨୦ଜଣଙ୍କ ପ୍ରାଣ ଯାଇଥିବାରୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଥିବା କହିଛନ୍ତି । ବିକ୍ଷୋଭକୁ ଦମନ କରିବାକୁ ପୁଲିକୁ ଗୁଳିମାଡ ନିର୍ଦେଶ ଦେଇଥିଲେ ଲେଖକ । ସେପଟେ ନେପାଳ ରାଜଧାନୀ କାଠମାଣ୍ଡୁର ବହୁ ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏପରି କରିବାକୁ ସେନାକୁ ନିୟୋଜିତ କରିଛନ୍ତି ନେପାଳ ସରକାର ।

ସେପ୍ଟେମ୍ବର ୪ ତାରିଖରେ ନେପାଳରେ ସୋସିଆଲ ମିଡ଼ିଆ ଆକାଉଣ୍ଟ ୟୁଟ୍ୟୁବ, ଫେସବୁକ୍‍, ଏକ୍ସ ଭଳି ୨୬ଟି ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର ।

  • Related Posts

    NEET ପୁନଃପରୀକ୍ଷା : ଟେଲିଗ୍ରାମ ଉପରେ ଲାଗିଲା କଟକଣା

    ନୂଆଦିଲ୍ଲୀ: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି କରାଯାଇଛି। ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ପରୀକ୍ଷା ସୁରକ୍ଷିତ ଭାବରେ ପରିଚାଳନା ହେବା…

    Continue reading
    ଅଭିନେତ୍ରୀ ସଞ୍ଚିତାଙ୍କ ଆତ୍ମହତ୍ୟା

    ମୁମ୍ବଇ : ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତ୍ରୀ ସଞ୍ଚିତା ଉଗଲେ ମୁମ୍ବଇର ନାଲାସୋପାରା ଅଞ୍ଚଳରେ ଥିବା ସାଇ ସନ୍ତୋଷୀ ଆପାର୍ଟମେଣ୍ଟସ୍ଥିତ ନିଜ ବାସଭବନରେ ରବିବାର ଆତ୍ମହତ୍ୟା କରିଥିବା ପୁଲିସ ତରଫରୁ ସୂଚନା ମିଳିଛି। ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ