ଭାରତ ଆସୁଥିବା ଜାହାଜ ଉପରେ ଗୁଳିମାଡ

ତେହରାନ,୨୨/୦୪/୨୦୨୬:ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ହର୍ମୁଜ ପ୍ରଣାଳୀରେ ଆସୁଥିବା ଦୁଇଟି ଜାହାଜ ଉପରେ ଗୁଳିମାଡ଼ କରିବା ସହିତ କବଜା କରିଛି । ଏଥିରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା ବୋଲି ଜଣାପଡିଛି। ଦୁବାଇରୁ ଜାହାଜ ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା । ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରିବା ପରେ ୨ଟି ଜାହାଜକୁ ନିଜ ଅକ୍ତିଆରକୁ ନେଇଛି ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ । ମୋଟ ୩ଟି ମାଲବାହୀ ଜାହାଜ ଉପରେ ଗୁଳିମାଡ କରିଛି ଇରାନ। ଇରାନ ନୌସେନା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଏପାମିନୋଡେସ୍ ଏବଂ ଏମସି-ଫ୍ରାନସେସ୍କା ବିନା ଅନୁମତିରେ ଅପରେଟ ହେଉଥିଲା । ଏମାନେ ନେଭିଗେସନ ସିଷ୍ଟମକୁ ହେରଫେର କରିଛନ୍ତି । ଫଳରେ ସମୁଦ୍ର ସୁରକ୍ଷାକୁ ବିପଦ ଦେଖାଦେଇଛି । ଏହାକୁ ଇରାନ ନୌସେନା ଜବତ କରି ଇରାନ ତଟକୁ ନେଇଯାଇଛି । ଏହି ଦୁଇଟି ଜାହାଜ ଏବେ ଇରାନ କ୍ଷେତ୍ରରେ ରହିଛି । ଜାହାଜର ଜିନିଷ, ଡକ୍ୟୁମେଣ୍ଟସ ଏବଂ ସମ୍ବନ୍ଧୀୟ ରେକର୍ଡ ଯାଞ୍ଚ କରାଯାଉଛି ।

  • Related Posts

    କଂଗ୍ରେସ ଅଧ୍ୟକ୍ଷଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମଙ୍ଗଳବାର ସେ ତାମିଲନାଡୁ ନିର୍ବାଚନ ପାଇଁ କରୁଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆତଙ୍କବାଦୀ ଶବ୍ଦ ପ୍ରୟୋଗ କରିଥିଲେ। ଯଦିଓ ସେ ଏହା…

    Continue reading
    ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 62.18% ଓ ତାମିଲନାଡୁରେ 56.81% ମତଦାନ

    ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ତାମିଲନାଡୁବାସୀ । ସକାଳ 7ଟାରୁ 2ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । 294ଟି ଆସନ ମଧ୍ୟରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର