ଦେବଗଡ ଓ ବାରକୋଟ ଥାନାରେ ଆମ ପୁଲିସ ସମିତିର ବୈଠକ

ଦେବଗଡ଼:ଦେବଗଡ ଥାନାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥି ଯୋଗଦେଇ ପୁଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧିକ କାର୍ଯ୍ୟକଳାପ ରୋକାଯାଇ ପାରିବ ନିଜର ବକ୍ତବ୍ୟ ରଖିଥିଲେ। ଏଥିସହ ଆଂଚଳିକ ଅପରାଧ,ପୌରାଂଚଳରେ ଟ୍ରାଫିକ ସମସ୍ୟା,ସାଇବର ଅପରାଧ,ଡିଜିଟାଲ ଆରେଷ୍ଟ,ସଡକ ସୁରକ୍ଷା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଦେବଗଡ ଥାବାଂଚଳର ସମସ୍ତ ସୁନା ଦୋକାନୀ ଯୋଗ ଦେଇଥିବା ବେଳେ କୌଣସି ପ୍ରକାର ଅପରାଧ କିମ୍ବା ଅଘଟଣକୁ ଏଡାଇବା ନିମନ୍ତେ ଦୋକାନ ବାହାରେ ଓ ଭିତରେ ସିସି ଟି ଭି କ୍ୟାମେରା ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦେବଗଡ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ସେହିପରି ବାରକୋଟ ଥାନା ପୁଲିସ ପକ୍ଷରୁ ବମପରଡା ପଂଚାୟତ କାର୍ଯ୍ୟାଳୟରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରକୋଟ ଥାନା ଆଇଆଇସି ସୁଶାନ୍ତ ବଢାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେସରପଂଚ ନମିତା ନାୟକ,ସମିତି ସଭ୍ୟା ବୈଜୟନ୍ତୀ ସାହୁ ,ବାରକୋଟ ଥାନା ସବଇନ୍ସପେକ୍ଟର ସନ୍ତୋଷ ଶତପଥି ଓ ବିରଞ୍ଚି ନାୟକ ମଂଚାସୀନ ରହି ଜନସାଧାରଣ-ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ହେବାସହ ଅପରାଧ ନିୟନ୍ତ୍ରଣ ହୋଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ ପଂଚାୟତର,ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ,ବୁଦ୍ଧିଜୀବି ଉପସ୍ଥିତ ଥିଲେ।

  • Related Posts

    ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ

    ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ସମ୍ପତ୍ତି ସଂକ୍ରାନ୍ତୀୟ ମିଥ୍ୟା ତଥ୍ୟ ଦେବେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଶୁକ୍ରବାର ଇ-ମେଲ୍‌ ଯୋଗେ ପଠାଇଛନ୍ତି। ଏଥିରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ବ୍ଲକ ଅଫିସ୍‌ ଯାଇଥିବା ସମୟରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ