ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଡବଲଇଞ୍ଜନ ସରକାର ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡ଼ିଶା ଉପରେ ଅଧିକ ଗୁରୁତ୍ୱ ଦେଇ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ପ୍ରୟାସ ଜାରି ରଖଛନ୍ତି, ସେଥିପାଇଁ ସାରା ଓଡ଼ିଶାବାସୀ ତାଙ୍କ ଉପରେ କୃତଜ୍ଞ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ୨ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସନ୍ତା ୨୦ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୟୁରଭଞ୍ଜ ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ପ୍ରଥମେ ମୟୁରଭଞ୍ଜର ପାହାଡ଼ପୁରରେ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନରେ ଯିବେ । ଉକ୍ତ ଗ୍ରାମରେ ୧ ଘଂଟାରୁ ଊର୍ଦ୍ଧ୍ୱ ସମୟ ବିତାଇ ମହାମୁହିମ ରାଷ୍ଟ୍ରପତିଙ୍କ ପରିବାର ଓ ଗାଁ ଲୋକଙ୍କ ସହ ଚର୍ଚ୍ଚା ଆଲୋଚନା କରିବେ । ଏହାପରେ ସେ ସେଠାରୁ ବାହାରି ଦାଣ୍ଡବୋସରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

  • Related Posts

    କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

    ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର…

    Continue reading
    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ