ନନ୍ଦନକାନନ: ଲମ୍ବା ଥଣ୍ଟିଆ ଶାଗୁଣା ଶାବକ ମୃତ୍ୟୁ

ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଦୁଃଖଦ ଖବର । ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ହୋଇଥିବା ଲମ୍ବା ଥଣ୍ଟିଆ ଶାଗୁଣା ଶାବକର ସୋମବାର ସକାଳେ ମୃତ୍ୟୁ ଘଟିଛି । ୩ମାସର ଏହି ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ଏହି ପ୍ରଜାତିର ଶାଗୁଣା ସଂଖ୍ୟା ୧୦କୁ ଖସିଆସିଛି । ଏଥିସହ ନନ୍ଦନକାନନ ଶାଗୁଣା ପ୍ରଜନନ କେନ୍ଦ୍ରରେ ଏହି ପକ୍ଷୀଙ୍କ ବଂଶ ବିସ୍ତାର ପାଇଁ ଯେଉଁ ଆଶା ଟିକକ ଉଜ୍ଜିବୀତ ହୋଇଥିଲା ତାହା ମଉଳି ଯାଇଛି । ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶାରେ ଶାଗୁଣା ବଂଶ ଲୋପ ପାଇଯାଇଛି । ତେଣୁ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଶାଗୁଣା ବଂଶ ବୃଦ୍ଧି କରାଯାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛାଡ଼ିବାକୁ ଯୋଜନା ହୋଇଥିଲା । ନନ୍ଦନକାନନ ବଟାନିକାଲ ଗାର୍ଡେନ ପଛ ପଟେ ୨୦୧୨ ମସିହାରେ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଶାଗୁଣା ଛଡ଼ାଯାଇଥିଲା । ବହୁବାର ଶାଗୁଣାଙ୍କ ମିଳନ କରାଯାଉଥିଲା । କେତେବେଳେ ଅଣ୍ଡା ଖରାପ ହେଉଥିଲା ତ କେତେବେଳେ ଅଣ୍ଡାରୁ ଛୁଆ ବାହାରିବା ପରେ ମରିଯାଉଥିଲେ । ତେବେ ଦୀର୍ଘ ୧୪ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବଡ଼ ସଫଳତା ମିଳିଥିଲା । ୨୦୨୫ ଡିସେମ୍ବରରୁ ୨୦୨୬ ଜାନୁୟାରୀ ମଧ୍ୟରେ କେ-୪୨ ଅଣ୍ଡିରା ସହ କେ୪୬ ମାଈ ଶାଗୁଣାର ମିଳନ କରାଯାଇଥିଲା । ଗତ ଜାନୁଆରୀ ୧୬ ତାରିଖରେ ଶାଗୁଣା ଗୋଟିଏ ଅଣ୍ଡା ଦେଇଥିଲା । ସେଥିରୁ ଗତ ମାର୍ଚ୍ଚ ୧୧ ତାରିଖରେ ଛୁଆ ବାହାରିଥିଲା । ଛୁଆ ଜନ୍ମ ପରେ ତା’ଉପରେ ସିସିଟିଭି ମାଧ୍ୟମରେ ୨୪ ଘଣ୍ଟିଆ ନଜର ରଖାଯାଉଥିଲା । ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ଦରକାରୀ ଚିକିତ୍ସା କରାଯାଉଥିଲା ।ସୋମବାର ସକାଳେ ଶାଗୁଣା ଛୁଆଟି ଅଚେତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶାବକଟିର ମୃତ୍ୟୁ ହୋଇଥିବା କହିଥିଲେ । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏଥିପାଇଁ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଶାଗୁଣା ଶାବକର ମୃତ୍ୟୁର କାରଣ ଜଣାପଡ଼ିବ ।

  • Related Posts

    କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

    ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର…

    Continue reading
    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ