୧୯ରେ ପ୍ରକାଶ ପାଇବ ମାଟ୍ରିକ୍ ରିଚେକିଂ ରେଜଲ୍ଟ,

କଟକ : ୨୦୨୬ ମାଟ୍ରିକ୍‌ ପରୀକ୍ଷା ଫଳ ମୂଲ୍ୟାୟନର ପୁନଃ ଯାଞ୍ଚ୍‌ (ରିଚେକିଂ) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି । ଧାର୍ଯ୍ୟ ସମୟଠାରୁ ଆଗୁଆ ଏହି ପ୍ରକ୍ରିୟା ଶେଷ ହୋଇଥିବାରୁ ଆବେଦନକାରୀ ପରୀକ୍ଷାର୍ଥୀଙ୍କ ଫଳ ଆସନ୍ତା ୧୯ ତାରିଖରେ ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ ବୋଲି ସୂଚନା ମିଳିଛି ।ମାଟ୍ରିକ୍‌ ପରୀକ୍ଷା ଫଳକୁ ନେଇ ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍‌ ଲାଗି ବୋର୍ଡ ୱେବ୍‌ସାଇଟ୍‌ରେ ଆବେଦନ କରିଥିଲେ । ଜଣେ ଲେଖାଏଁ ଏକାଧିକ ବିଷୟର ପରୀକ୍ଷା ଖାତା ଯାଞ୍ଚ୍‌ ପାଇଁ ଆବେଦନ କରିଥିଲେ । ଆବେଦନ ଅନୁସାରେ ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍‌ ପାଇଁ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷକମାନେ ପୁନଃ ଯାଞ୍ଚ୍‌ କରିଥିଲେ । ଏଥିରେ ଅଧିକାଂଶ ପରୀକ୍ଷାର୍ଥୀଙ୍କର ମାର୍କ ବଢ଼ିଥିବା ଖବର ମିଳିଛି । ନମ୍ବର ସଂଶୋଧନ କରାଯିବା ସହ ପୁନଃ ସାର୍ଟିଫିକେଟ୍‌ ପ୍ରସ୍ତୁତ କରାଯିବ । ସମ୍ପୃକ୍ତ ପରୀକ୍ଷାର୍ଥୀମାନେ ସଂଶୋଧିତ ଡିଜିଟାଲ୍‌ ସାର୍ଟିଫିକେଟ୍‌ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରି ପାଇପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।+୨ ପାଠ୍ୟକ୍ରମ ପଢ଼ିବା ପାଇଁ ଆବେଦନର ଶେଷ ସମୟ ଆସନ୍ତା ୩୦ ତାରିଖ ଧାର୍ଯ୍ୟ ଥିବାରୁ ଏହା ପୂର୍ବରୁ ଚେକିଂ ଆଡିସନ୍‌ରେ ସଂଶୋଧିତ ଫଳ ପ୍ରକାଶ କରାଇବା ଲାଗି ବୋର୍ଡ ନିଷ୍ପତ୍ତି ନେଇଛି । ବିଗତ ବର୍ଷ ଗୁଡ଼ିକରେ +୨ ଆବେଦନର ଶେଷ ହେବା ପରେ ମାଟ୍ରିକ୍‌ର ଚେକିଂ ଆଡିସନ୍‌ରେ କେତେକ ପରୀକ୍ଷାର୍ଥୀଙ୍କ ମାର୍କ ବଢ଼ୁଥିଲେ ହେଁ ସେଥିରେ ପରୀକ୍ଷାର୍ଥୀମାନେ ବିଶେଷ କିଛି ଲାଭବାନ ହେଉ ନଥିଲେ । ଅନ୍ୟପକ୍ଷରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨ରୁ ୧୦ ଯାଏ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

  • Related Posts

    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading
    ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା

    ରାୟଗଡ଼ା: ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ରାଜ ପ୍ରସାଦ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ