
ରାଇକିଆ: ଜଣେ ମହିଳାଙ୍କଠାରୁ ପ୍ରାୟ ୧୫ ଦିନ ପୂର୍ବରୁ ୨୦,୦୦୦ ଟଙ୍କା ଚୋରି ହୋଇଥିଲା। ଏନେଇ ସମ୍ପୃକ୍ତ ମହିଳା ଗତକାଲି ରାଇକିଆ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ରାଇକିଆ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ଯାଇଥିବା ଟଙ୍କା ମଧ୍ୟରୁ ୧,୫୦୦ ଟଙ୍କା ଉଦ୍ଧାର କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି।ରାଇକିଆ ଥାନା କେସ୍ ନଂ–୮୬/୨୬, ଧାରା ୩୦୩(୨) ବିଏନଏସ୍ ମାମଲାରେ ଝାଡ଼ଖଣ୍ଡର ବିନୋଦ ପାସୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୧,୫୦୦ ଟଙ୍କା, ଗୋଟିଏ ଛୁରୀ, ଗୋଟିଏ ରେଜର ବ୍ଲେଡ୍, ଗୋଟିଏ ଗୋଲାପୀ ରଙ୍ଗର ଟାୱେଲ୍ ଏବଂ ଗୋଟିଏ ଫେସ୍ ମାସ୍କ ଜବତ କରାଯାଇଛି।ଅଭିଯୁକ୍ତଙ୍କୁ ଗିରଫ ପରେ ଅଦାଲତକୁ ଚାଲାଣ କରାଯାଇଛି। ଜବତ ହୋଇଥିବା ୧,୫୦୦ ଟଙ୍କା ଅଭିଯୋଗକାରୀ ମହିଳାଙ୍କୁ ଫେରସ୍ତ କରାଯାଇଛି।
ଏହି ସଫଳ କାର୍ଯ୍ୟାନୁଷ୍ଠାନ ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିବା ବେଳେ, ମାମଲାର ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ତପନ କୁମାର ଦାସ ତଦନ୍ତ କରୁଛନ୍ତି.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




