ବୟନ, ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି

ଭୁବନେଶ୍ଵର: ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ -୨୦୨୫ । ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା’ ନୂଆ ଊର୍ଜା ଯୋଗାଇବ । ଆଜି ମୋଟ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫଳରେ ୩୬ଟି ୟୁନିଟରେ ₹୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସୁରକ୍ଷିତ ହୋଇଛି । ଏହା ଯୋଗୁଁ ରାଜ୍ୟରେ ୨୨୦୦୦ ପ୍ରତ୍ୟକ୍ଷ ଏବଂ ୬୬୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
“ଦ ଇମରଜିଙ୍ଗ ଡେଷ୍ଟିନେସନ ଫର ଟେକ୍ସଟାଇଲସ୍, ଆପାରେଲସ୍ ଆଣ୍ଡ ହାଣ୍ଡଲୁମସ୍” (ବୟନ, ପୋଷାକ, ଏବଂ ହସ୍ତତନ୍ତ ପାଇଁ ସମ୍ଭାବନାର କ୍ଷେତ୍ର) ଶୀର୍ଷକ ପ୍ରଥମ ଅଧିବେଶନରେ ମାନ୍ୟବର ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କହିଥିଲେ ଉଦ୍ୟୋଗୀଙ୍କୁ ସୁହାଇବା ଭଳି ନୀତି, ଦୃଢ ଭିତ୍ତିଭୂମି, ଆବଶ୍ୟକୀୟ କଞ୍ଚାମାଲ, ଦକ୍ଷତାସମ୍ପନ୍ନ ମାନବ ସମ୍ବଳ, ସୁଦକ୍ଷ ବୁଣାକାର ଓ ଡବଲ ଇଂଜିନ୍ ସରକାର ଆମର ଶକ୍ତି । ତେଣୁ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଆମ ରାଜ୍ୟରେ ବିପୁଳ ସୁଯୋଗ ରହିଛି ।
ବୟନ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” ଦୃଷ୍ଟିକୋଣର ଏକ ନିରନ୍ତର ଅନୁସରଣ ବୋଲି କହିଥିଲେ ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ।
ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଓଡ଼ିଶାରେ ଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ୮ଟି ଜିଆଇ ଟ୍ୟାଗ୍‍ ମାନ୍ୟତାପ୍ରାପ୍ତ ହସ୍ତତନ୍ତ ବସ୍ତ୍ର ଓଡ଼ିଶାର ଗରିମାମୟ ହସ୍ତତନ୍ତ ପରମ୍ପରାର ନିଦର୍ଶନ ବୋଲି କହିଥିଲେ । ଅଧିକ ପୁଞ୍ଜି ନିବେଶ ହେଲେ ଭିତ୍ତିଭୂମି, ବଜାର ଏବଂ ଦକ୍ଷତା ବିକାଶରେ ବୃଦ୍ଧି ହେବା ସହ ବୁଣାକାର ଏବଂ କାରିଗରମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ ।
ଏହି ଅଧିବେଶନରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାରତ ସରକାରଙ୍କ ବୟନ କମିଶନର ଶ୍ରୀମତୀ ରୂପ ରାଶି ପ୍ରମୁଖ ଯୋଗ ଦେଇଥିଲେ । ସଂଶୋଧିତ ଓଡ଼ିଶା ପୋଷାକ ଏବଂ ବୈଷୟିକ ବୟନ ନୀତି-୨୦୨୨ (OATTP-2022)ର କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଉନ୍ମୋଚିତ ହୋଇଥିଲା ।
ଶ୍ରୀ ମା ଟେକ୍ସଟାଇଲ୍ସ, ମା ବନଦୁର୍ଗା ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍, ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ସ, ତିଳୋତ୍ତମା ପ୍ରୋପ୍ରାଇଟର୍ସ, ଅରୁନ୍ଧତୀ ବାନ୍ଧକଳା, ଅନୁଭବ ନିଟ୍ୱେୟାର, ସେଡ୍ରା ଫିଲ୍ଟ୍ରେସନ୍ ଭଳି ପ୍ରମୁଖ ଶିଳ୍ପ ସହିତ ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଯାହା ଭବିଷ୍ୟତର ପ୍ରଗତି ଏବଂ ବିକାଶ ପାଇଁ ପଥ ପ୍ରସ୍ତୁତ କରିବ । ଉଲ୍ଲେଖଯୋଗ୍ୟ ଯେ, ଏହି ଅବସରରେ GI ପରର ପଦକ୍ଷେପ ଏବଂ ରେଶମ ଚାଷ କ୍ଷେତ୍ରରେ ମୋଡାଲ୍ ଇକୋ-ରେସ୍ ସଂରକ୍ଷଣ ଉପରେ ଟେକ୍ସଟାଇଲ୍ସ କମିଟି/SIDBI ଏବଂ କେନ୍ଦ୍ରୀୟ ରେଶମ ବୋର୍ଡ଼ ସହ ୨ ଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା ।
ଅପାର ସମ୍ଭାବନାର କ୍ଷେତ୍ର ପାଲଟିଥିବା ବୟନ, ପୋଷାକ, ହସ୍ତତନ୍ତ ଏବଂ ରେଶମ ଚାଷରେ ବିପୁଳ ପୁଞ୍ଜି ନିବେଶ ପାଇଁ ପ୍ରମୁଖ ଶିଳ୍ପପତି, ଉଦ୍ୟୋଗପତି ଓ ଅଂଶୀଦାରମାନଙ୍କୁ ମଞ୍ଚାସୀନ ଅତିଥିମାନେ ଆହ୍ୱାନ ଦେଇଥିଲେ । ମେସର୍ସ ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ସାହାନା ଗ୍ରୁପ୍ସ, ଟ୍ରାଇମେଟ୍ରୋ (EPIC ଗ୍ରୁପ୍), ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡ୍ ଇଣ୍ଡୋରାମା ସିନ୍ଥେଟିକ୍ସ, MAS ହୋଲ୍ଡିଂସ୍ ଭଳି ପ୍ରତିଷ୍ଠିତ ପୋଷାକ ଶିଳ୍ପସଂସ୍ଥାମାନେ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।
Karuna Silk and Technical Textiles – Odisha’s Tryst with Ethics and Sectoral Utilities (କରୁଣା ସିଲ୍କ ଏବଂ ବୈଷୟିକ ବୟନଶିଳ୍ପ : ନୈତିକତା ଓ କ୍ଷେତ୍ରୀୟ ଉପଯୋଗିତାକୁ ନେଇ ଓଡ଼ିଶାର ପ୍ରୟାସ) ଶୀର୍ଷକ ଅଧିବେଶନରେ ବୟନ ମନ୍ତ୍ରାଳୟର ଉପ-ମହାନିର୍ଦ୍ଦେଶକ ଶ୍ରୀ ଅଖିଳେଶ କୁମାର; ଶ୍ରୀଲଙ୍କା ଏମଏଏସ୍ ହୋଲ୍ଡିଂସ୍ ର ସିଇଓ ଶ୍ରୀ ମଲିକ ଅହମଦୀନ; ଟ୍ରିମେଟ୍ରୋ (EPIC ଗ୍ରୁପ୍)ର ସିଇଓ ଶ୍ରୀ ସୁରଜ କାଲରା; ଇଣ୍ଡୋରାମା ସିନ୍ଥେଟିକ୍ସର ପରାମର୍ଶଦାତା ଶ୍ରୀ ଆର କେ ଭିଜ; ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡ୍ ର ନିର୍ଦ୍ଦେଶକ ଏବଂ ସିଇଓ ଶ୍ରୀ ଉପଦୀପ ସିଂହ ଚତ୍ରଥ, ସାହି ଏକ୍ସପୋର୍ଟସ୍ ର ପରାମର୍ଶଦାତା (ବାଣିଜ୍ୟ) ଶ୍ରୀ ଆରପି ଗୋଏଲ, ଅରୁନ୍ଧତୀ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ମେହେର, ଶ୍ରୀ ମୁକେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ସେଡ୍ରା ଫିଲ୍ଟ୍ରେସନ୍ସ, ଭୁବନେଶ୍ୱର; ଶ୍ରୀ ଧନଞ୍ଜୟ ସାହୁ, ସିଜିଏମ୍-ପେଟ୍ରୋକେମିକାଲ୍ସ, ଆଇଓସିଏଲ୍, ନୂଆଦିଲ୍ଲୀ; ଶ୍ରୀ ପି. ଶିବକୁମାର, ସଦସ୍ୟ ସଚିବ, କେନ୍ଦ୍ରୀୟ ରେଶମ ବୋର୍ଡ, ବେଙ୍ଗାଲୁରୁ; ଶ୍ରୀ ଡି. ଏସ. କାସାରେ, ନିର୍ଦ୍ଦେଶକ, କାସାରେ ବନ୍ ସିଲ୍କ ମିଲ୍ ପ୍ରାଇଭେଟ୍ ଲିମିଟେଡ୍, ରାୟପୁର; ଡକ୍ଟର କାର୍ତ୍ତିକ ନେଓଗ୍, ନିର୍ଦ୍ଦେଶକ, କେନ୍ଦ୍ରୀୟ ମୁଗା ଓ ଏରି ରେଶମ ଗବେଷଣା କେନ୍ଦ୍ର, ଆସାମ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ଭୁବନେଶ୍ୱର, ୦୮/୦୮: ଆଜି ଓଡ଼ିଶା ବିଧାନସଭାର ନୂତନ ୱବ୍‌ସାଇଟ୍‌ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି େୱବ୍‌ସାଇଟ୍‌କୁ ଉନ୍ମୋଚନ କରି ବାଚସ୍ପତି…

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar