
ଦେବଗଡ଼:ମୋବାଇଲ ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଉଛନ୍ତି ଜଣେ ଯୁବକ।ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ଥାନା ଝୁମ୍ପୁରା ଗ୍ରାମରେ। ଉକ୍ତ ଗ୍ରାମରେ ଲୁବୁ ନାୟକ ଆଜି ମୋବାଇଲ ଟାୱାରର ଶୀର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଇଛନ୍ତି। ସୂଚନାପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।ସୂଚନା ଅନୁଯାୟୀ, ଲୁବୁ ପୂର୍ବରୁ ବିବାହ କରିଥିବାବେଳେ ପାରିବାରିକ ଅଶାନ୍ତି ଯୋଗୁଁ ତାଙ୍କର ସ୍ତ୍ରୀ ଛୁଆକୁ ଧରି ତାଙ୍କ ବାପ ଘରକୁ ଚାଲିଯାଇଛନ୍ତି।ଏହାପରେ କିଛି ଦିନ ପୂର୍ବରୁ ଲୁବୁ ପାଲଲହଡା ଥାନାଚଂଳର ଜଣେ ଯୁବତୀକୁ ତାଙ୍କର ଘରକୁ ଆଣିଥିଲେ।କିନ୍ତୁ ଉକ୍ତ ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଆଜି ଘରକୁ ନେଇଯିବାରୁ ଲୁବୁ ନିରାଶ ହୋଇ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।ସେ ମୋବାଇଲ ଟାୱାରର ଶୀର୍ଷ ଉପରକୁ ଚଢି ଯାଇଥିବାରୁ ସେ କଣ କହୁଛନ୍ତି କିଛି ଶୁଭୁ ନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି।




