ଗଞ୍ଜାମରେ ବନ୍ୟା ସ୍ଥିତି, ଗାଁରେ ପଶିଲା ପାଣି

ଭୁବନେଶ୍ଵର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ଫଳରେ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଆସିକା ସହର ଭିତରେ ପାଣି ପଶିବା ଆଶଙ୍କା ରହିଛି । ଅର୍ଣ୍ଣବ ପ୍ରଭାବରେ ରାତି ସାରା ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଚାଷ ଜମି ଗୁଡ଼ିକରେ ଲହଡି ଭାଙ୍ଗୁଛି ପାଣି । ଧାନ ଓ ପନପରିବା ଫସଲ ପାଣି ଘେରରେ ରହିଥିବାରୁ ଫସଲ ସବୁ ପଚି ନଷ୍ଟ ହେବା ଆଶଙ୍କା ରହିଛି । ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଆସିକା ପୌରାଞ୍ଚଳ ଓ ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ୨୦୦ ରୁ ଉର୍ଦ୍ଧ୍ୱ ଲୋକକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେହିପରି ଧରାକୋଟ ଅଞ୍ଚଳରୁ ପାଖାପାଖି ୫୦୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କବିସୂର୍ଯ୍ୟନଗର ବାଘୁଆ, ଧନେଇ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଶେରଗଡ ନନ୍ଦୀନୀ ନଦୀର ଜଳସ୍ତର ବୃଦ୍ଧି ଘଟି ଶେରଗଡ଼ କୁମାରପାଣି ଭେଟସିଙ୍ଗି ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ଚାଲିଛି । ଫଳରେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଶେରଗଡ଼ ବରମୁଣ୍ଡୁଳି କରଡାକଣା ମୁଖ୍ୟ ରାସ୍ତା ଉପରେ ପାଣି ଚାଲୁଛି । ଶେରଗଡ଼ ମୁଖ୍ୟ ବଜାରରେ ୬ ଫୁଟର ପାଣି ଚାଲୁଛି । ହିଞ୍ଜିଳି ଘୋଡାହାଡ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିଭଳି ବାହୁଦା ନଦୀରେ ମଧ୍ଯ ବନ୍ୟାଜଳ ବଢ଼ିବାରେ ଲାଗିଛି । ବର୍ଷା ପ୍ରଭାବରେ ହିଞ୍ଜିଳି ଘୋଡାହାଡ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଛତ୍ରପୁରର କିଛି ସ୍ଥାନରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସହରର ବହୁ ଅଞ୍ଚଳ ଏବଂ ତଳିଆ କଲୋନୀଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି । ​ଘର ଭିତରେ ପାଣି ପଶିଛି, ରାସ୍ତାଘାଟ ଅବରୋଧ ହୋଇଛି । ​ବର୍ଷାର ପରିମାଣ ବୃଦ୍ଧି ପାଇବା ସାଙ୍ଗକୁ ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସମସ୍ୟା ଉପୁଜିଛି । ବର୍ଷା ଜଳ ରାସ୍ତା ଉପରେ ଚାଲିବା ସହ ଲୋକଙ୍କ ଘର ଭିତରକୁ ମାଡ଼ିଆସିଛି । ଛତ୍ରପୁର ପୌର ପରିଷଦ ବ୍ୟାଙ୍କ କଲୋନୀରେ ପାଣି ପଶିଛି । ତାମ୍ପରାର ପାଣି ନିଷ୍କାସନ ନହେବାରୁ ସାହି ପାଇଁ ବିପଦ ଆଣିଛି । ଛତ୍ରପୁରର ମାଧପୁର, ପୋଟଲାମପୁର, ଛତ୍ରପୁର ପୌର ପରିଷଦର ଅଗସ୍ତି ନୁଆଁ ଗାଁ, ପୋଡାପଦାର, ରାଜପୁର ଆଦି ବିଭିନ୍ନ ଅଞ୍ଚଳର ଲୋକେ ଏବେ ଭୟଭିତ ଅବସ୍ଥାରେ ଅଛନ୍ତି । ​ଜଳବନ୍ଦୀ ସମସ୍ୟାରେ ପଡ଼ିଥିବା ଜନସାଧାରଣ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଦାବି କରିଛନ୍ତି । ​ଏପଟେ ପୁଣି ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ହେଉଛି । ତେଣୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି ।

ସେହିପରି ଦିଗପହଣ୍ଡିରେ ବାତ୍ୟା ଅର୍ଣ୍ଣବର ପ୍ରଭାବ । ଲଗାଣ ବର୍ଷାରେ ଜଳମଗ୍ନ ଗଞ୍ଜାମର ଏକାଧିକ ଅଞ୍ଚଳ । ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବ୍ରହ୍ମପୁର-ଗଜପତି ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । କେଉଁଠି ଲୋକଙ୍କ ଘରେ ବର୍ଷାଜଳ ପଶିଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପ୍ରାୟ ୪ ଫୁଟ୍ ଉଚ୍ଚର ପାଣି ଚାଲିଛି । ଫଳରେ ଯାତାୟାତ ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ସବୁଠାରୁ ଚିନ୍ତାଜନକ ସ୍ଥିତି ହେଉଛି, ବ୍ରହ୍ମପୁରରୁ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଏହାଦ୍ୱାରା ଯାତ୍ରୀ ଓ ଯାନବାହନ ଚାଳକମାନେ ହଇରାଣ ହେଉଛନ୍ତି ।

ସେପଟେ ମାଲକାନଗିରି ଜିଲ୍ଲାରେ ବି ଜାରି ରହିଛି ବର୍ଷା । ଅର୍ଣ୍ଣବ ପ୍ରଭାବରେ ରାତି ସାରା ବର୍ଷା ଲାଗି ରହିଛି । ଆଜି ବି ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ବାତ୍ୟା ଛତିଶଗଡ଼ ଆଡ଼କୁ ଗତି କରୁଥିବାରୁ ଏହାର ପ୍ରଭାବରେ ମାଲକାନଗିରିରେ ଲଗାଣ ବର୍ଷା ଓ ପବନ ଦେଖିବାକୁ ମିଳୁଛି । ଧିରେ ଧିରେ ବର୍ଷାର ପରିମାଣ ବୃଦ୍ଧି ପାଉଛି । ପରିସ୍ଥିତି ଉପରେ ନଜର ରଛିଛି ଜିଲ୍ଲା ପ୍ରଶାସନ।

  • Related Posts

    ପିଏମ୍ କିଷାନ: ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଗଲା ୭୦୭.୮୬ କୋଟି

    ଭୁବନେଶ୍ଵର : ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨୪ତମ କିସ୍ତି ବଣ୍ଟନ । ଗୁଜରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା । ଓଡ଼ିଶାର…

    Continue reading
    ଓସିଏସ୍‌ ପରୀକ୍ଷା ଘୁଞ୍ଚିବନି : ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ୱର:ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ଅକଳରେ ପଡ଼ିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାର ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ