ପିଏମ କିଷାନ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଏହା କହିଲେ ମୁଖ୍ୟମନ୍ତ୍ରୀ

କୃଷକ କଲ୍ୟାଣ ଏବଂ ସଶକ୍ତିକରଣ ଆମ ସରକାରର ମୂଳ ସଂକଳ୍ପ। ଆଜି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଗୁଜୁରାଟର ବନାସକାଣ୍ଠାରୁ ଆଭାସୀ ମାଧ୍ୟମରେ ଦେଶବ୍ୟାପୀ ‘ପିଏମ୍-କିଷାନ’ ଯୋଜନାର ୨୪ତମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଭୁବନେଶ୍ୱରସ୍ଥିତ ରାଜ୍ୟସ୍ତରୀୟ ‘ପିଏମ୍ କିଷାନ ଉତ୍ସବ’ରେ ଯୋଗଦେଇ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ସମ୍ବୋଧିତ କଲି; ଯେଉଁଥିରେ ଆଜି ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ସିଧାସଳଖ  ସହାୟତା ରାଶି ହସ୍ତାନ୍ତର ହୋଇଛି।

ଆମ ପାଇଁ କୃଷକ କେବଳ ଚାଷୀ ନୁହନ୍ତି, ସେମାନେ ଆମର ‘ଅନ୍ନଦାତା’। କେନ୍ଦ୍ରର ପିଏମ୍-କିଷାନ ସହିତ ରାଜ୍ୟର ସିଏମ୍-କିଷାନ, କ୍ୱିଣ୍ଟାଲ ପିଛା ₹୩,୧୦୦ ଦରରେ ଧାନ କ୍ରୟ, ସୁଭଦ୍ରା ଯୋଜନା, ‘କୃଷି ବିଦ୍ୟାନିଧି’ ଛାତ୍ରବୃତ୍ତି ଏବଂ ‘ପି.ଏମ୍. ଧନ-ଧାନ୍ୟ କୃଷି ଯୋଜନା’ ଆଜି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିଛି। ଏଥିସହ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପୁଷ୍ଟିଶସ୍ୟର ପୁନରୁଦ୍ଧାର ପାଇଁ ଆମର ପ୍ରୟାସ ନିରନ୍ତର ଜାରି ରହିଛି।

ସାମ୍ପ୍ରତିକ ପ୍ରାକୃତିକ ବିପର୍ୟ୍ୟୟରେ ଗଞ୍ଜାମ, ଗଜପତି ସମେତ ବିଭିନ୍ନ ଜିଲ୍ଲାରେ ଫସଲ ହରାଇଥିବା ଚାଷୀ ଭାଇଭଉଣୀଙ୍କ ସହ ଆମ ସରକାର ସମ୍ବେଦନଶୀଳତାର ସହ ଛିଡ଼ା ହୋଇଛି; କ୍ଷୟକ୍ଷତି ଆକଳନ ଭିତ୍ତିରେ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ଯଥାଶୀଘ୍ର ନିୟମାନୁଯାୟୀ ସହାୟତା ଯୋଗାଇ ଦିଆଯିବ।

  • Related Posts

    ପିଏମ୍ କିଷାନ: ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଗଲା ୭୦୭.୮୬ କୋଟି

    ଭୁବନେଶ୍ଵର : ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨୪ତମ କିସ୍ତି ବଣ୍ଟନ । ଗୁଜରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା । ଓଡ଼ିଶାର…

    Continue reading
    ଓସିଏସ୍‌ ପରୀକ୍ଷା ଘୁଞ୍ଚିବନି : ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ୱର:ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ଅକଳରେ ପଡ଼ିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାର ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ