ଶିଶୁଭବନ ଓଭରବ୍ରିଜ୍‌ରେ ଗୁଳି କରି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ଅସୁରକ୍ଷିତ  ହୋଇପଡ଼ିଛି ରାଜଧାନୀ । ବୁଧବାର ରାତି ପ୍ରାୟ  ୧୨ଟାରେ କ୍ୟାପିଟାଲ୍‌ ଥାନା ଅଧୀନ ଶିଶୁଭବନ  ଓଭରବ୍ରିଜ୍‌ ଉପରେ ଆତତାୟୀଙ୍କ ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ ।  ମୃତ ଯୁବକ ଜଣକ ହେଲେ ତପନ ନାୟକ  ଓରଫ ତପୁ(୩୫) । ସେ ସତ୍ୟନଗର ଅଞ୍ଚଳରେ  ରହୁଥିଲେ । ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ ।ରାଜଧାନୀରେ ବୁଧବାର ଜଣେ ବୃଦ୍ଧାଙ୍କୁ ହତ୍ୟା  କରି ଘରୁ ଲୁଟ୍‌ ଏବଂ ଆଉ ଜଣେ ଯୁବକଙ୍କୁ ହତ୍ୟା  କରି ପୋଡ଼ିଦେବା ଭଳି ଘଟଣା ପରେ ବିଳମ୍ବିତ  ରାତିରେ ଆଉ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା  କରାଯାଇଛି । ଗୋଟିଏ ଦିନରେ ୩ଟି ହତ୍ୟାକାଣ୍ଡ  ରାଜଧାନୀ କେତେ ସୁରକ୍ଷିତ ସେନେଇ ପ୍ରଶ୍ନବାଚୀ  ସୃଷ୍ଟି କରିଛି ।
ପୁଲିସ ସୂଚନା ମୁତାବକ ତପୁ ରାତି ୯ଟା  ବେଳେ ତାଙ୍କ ଶଳା ସହିତ ବାଇକ୍‌ରେ ଜାଗମରା  ଅଞ୍ଚଳରେ ଏକ ନିର୍ମାଣ କାମର ତଦାରଖ କରିବାକୁ  ଆସିଥିଲେ । ସେଠାରେ ଟଙ୍କାର ଆବଶ୍ୟକତା  ଥିବାରୁ କାମ ନିକଟରୁ ବାଇକ୍‌ ଧରି ସତ୍ୟନଗରକୁ  ଆସିଥିଲେ । ରାତି ଗୋଟାଏ ବେଳେ ତପୁଙ୍କ ସାଙ୍ଗ  ଉମେଶ ଜେନା ଫୋନ୍‌ କରି ତପୁଙ୍କ ଶଳାକୁ ଗୁଳିକାଣ୍ଡ  ସମ୍ପର୍କରେ ଜଣାଇଥିଲେ । ତପୁଙ୍କ ପରିବାର ଲୋକେ  ଉକ୍ତ ଘରୋଇ ହସ୍ପିଟାଲ୍‌ରେ ପହଞ୍ଚିବା ବେଳେ ତାଙ୍କର  ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ ।  ତେବେ ସେମାନଙ୍କୁ ଟେଲିଫୋନ୍‌ କରି ଗୁଳିକାଣ୍ଡ  ସମ୍ପର୍କରେ ଜଣାଇଥିବା ଉମେଶର କୌଣସି ପତ୍ତା  ମିଳୁନାହିଁ । ତପୁଙ୍କ ବାଇକ୍‌ ମଧ୍ୟ ମିଳିନାହିଁ । ଉମେଶ  ଧରାପଡ଼ିଲେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ  ବୋଲି ପୁଲିସ କହୁଛି ।

ତପୁଙ୍କୁ ପିଛା କରି ୨ ଜଣ ଯୁବକ ବାଇକ୍‌ରେ  ଆସି ତାଙ୍କୁ ଶିିଶୁଭବନ ଓଭରବ୍ରିଜ୍‌ ଉପରେ ଗୁଳିମାଡ଼  କରିଥିବା କୁହାଯାଉଛି । ତପୁଙ୍କ ଛାତିରେ ଗୁଳି  ବାଜିଥିଲା । ସେ ସେଠାରେ ବାଇକ୍‌ରୁ ଖସି ପଡ଼ିଥିଲେ ।  ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ କ୍ୟାପିଟାଲ୍‌  ଥାନା ପୁଲିସ ଗୁଳିକାଣ୍ଡ ସ୍ଥଳରେ ପହଞ୍ଚି ଗୁରୁତର  ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍‌ ଏବଂ  ପରେ ସେଠାରୁ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର  କରିଥିଲେ । ଘରୋଇ ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ । ମୃତଦେହକୁ କ୍ୟାପିଟାଲ୍‌  ହସ୍ପିଟାଲ୍‌ ଶବାଗାରରେ ରଖାଯାଇଛି । ତପୁଙ୍କ ପତ୍ନୀ ଓ  ୪ ବର୍ଷର ଏକ ଝିଅ ଅଛି । କ୍ୟାପିଟାଲ୍‌ ଓ ଶ୍ରୀଲିଙ୍ଗରାଜ  ଥାନା ପୁଲିସ୍‌ ଗୁଳିକାଣ୍ଡର ତଦନ୍ତ ଆରମ୍ଭ କରିଛି ।  ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍‌ ବିଭିନ୍ନ  ସ୍ଥାନରେ ଚଢ଼ାଉ କରିଥିବା ସୂଚନା ମିଳିଛି ।

  • Related Posts

    ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର

    ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରଜିଷ୍ଟ୍ରାର (ଓ.ଆର୍.ଏସ୍) ମିସ୍ ମନିଷା ମିଶ୍ରଙ୍କୁ ଜଣେ କ୍ରେତାଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେରଙ୍ଗା ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ କ୍ରେତା ‘ବାଜ୍ୟାପ୍ତି ସ୍ଥିତିବାନ୍’ କିସମର…

    Continue reading
    ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର

    ଭୁବନେଶ୍ଵର : ସଡ଼କ ଆଉ ସେତୁ ପ୍ରକଳ୍ପରେ ଆଉ ହେବନି ବିଳମ୍ବ । ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର । ସଡ଼କ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟାନ୍ଵୟନକୁ ତ୍ଵରାନ୍ଵିତ କରିବା ଲକ୍ଷ୍ୟ । ଏଣିକି କୌଣସି ସଡ଼କ ପ୍ରକଳ୍ପର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି