ପୁରୀ ସମୁଦ୍ରରେ ବୁଡି 2 ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ । ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ପୁରୀ ସମୁଦ୍ରକୂଳରେ ହୋଟେଲ୍ ପୁରୀ ସମ୍ମୁଖ ବେଳାଭୂମିରେ ଏହି ଅଘଟଣ ଘଟିଛି । ଘଟଣାରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ମାନେ ହେଲେ ଚୂତରା ରାମ(୨୩) ଓ ପଦ୍ମା ରାମ(୨୨)।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ତୁରନ୍ତ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପୁରୀ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।
ରାଜସ୍ଥାନରୁ ଆସିଥିବା ୯ ଜଣ ପର୍ଯ୍ୟଟକ ଏହି ବେଳାଭୂମିରେ ଗାଧୋଉଥିଲେ । ଏହି ସମୟରେ ଉଚ୍ଚ ଜୁଆର (High Tide) ଯୋଗୁଁ ସେମାନଙ୍କ ମଧ୍ୟରୁ ୫ ଜଣ ସମୁଦ୍ରରେ ବୁଡ଼ିଯାଇଥିଲେ।ଘଟଣା ପୂର୍ବରୁ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଏବଂ ଉଚ୍ଚ ଜୁଆର ସମୟରେ ସତର୍କ ରହିବାକୁ ସଚେତନ କରିଥିଲେ। ମାତ୍ର ସେମାନେ ଏହି ସତର୍କ ସୂଚନାକୁ ଅବମାନନା କରି ସମୁଦ୍ରରେ ଗାଧୋଉଥିଲେ।

ଉଚ୍ଚ ଜୁଆର ସମୟରେ ସମୁଦ୍ରରେ ଗାଧୋଇବାକୁ ନ ଯିବା ପାଇଁ ପୁରୀ ପୁଲିସ ପକ୍ଷରୁ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି । ସେହିପରି ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡଙ୍କ ପରାମର୍ଶ ଓ ସତର୍କ ସୂଚନାକୁ ଅବଶ୍ୟ ପାଳନ କରିବାକୁ ପୋଲିସ କହିଛି । ନିଜର ତଥା ପରିବାରବର୍ଗଙ୍କ ସୁରକ୍ଷା ପ୍ରତି ସଚେତନ ରହିବା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି ।

  • Related Posts

    ଆସିଗଲା ଥଣ୍ଡା

    ଭୁବନେଶ୍ୱର: ଆସିଗଲା ଥଣ୍ଡା । ଅନୁମାନ କରାଯାଉଛି, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ କମିପାରେ । ଏଭଳି ପାଗ କିଛି ଦିନ ରହିପାରେ । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ ।ଗତ ୨-୩ ଦିନ ଭିତରେ ରାତି…

    Continue reading
    ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ

    ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି । ଅତିରିକ୍ତ ବଜେଟର ମୋଟ ଆକାର ପାଖାପାଖି ୧୮ ହଜାର କୋଟି ହେବ ବୋଲି ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି