ଓଡ଼ିଶାରେ ମାଡ଼ ହେବନି, ତଥାପି ବିପଦ!

ଭୁବନେଶ୍ୱର: ଓଡ଼ିଶାରେ ମାଡ଼ ହେବନି, ତଥାପି ବିପଦ! । ଓଡ଼ିଶାରେ ମାଡ଼ ହେବନି ବାତ୍ୟା ‘ଆକଭାନ୍’, ହେଲେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଗଞ୍ଜାମ ଓ ଗଜପତି ପାଇଁ ବଢ଼ିଲା ଚିନ୍ତା । ୧୮ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା । ଧାନ ଫସଲ ଓ ତଳିଆ ଅଞ୍ଚଳ ପାଇଁ ବିପଦ ଆଶଙ୍କା । ବାତ୍ୟା ‘ଆକଭାନ୍’ ଓଡ଼ିଶାରେ ସିଧାସଳଖ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା କମ୍ । କିନ୍ତୁ ଏହାର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ରହିବନି ରାଜ୍ୟ । ବାତ୍ୟାର ବାହ୍ୟ ବଳୟ ଓ ଜଳୀୟବାଷ୍ପପୂର୍ଣ୍ଣ ପବନ ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ବିଶେଷକରି ନଭେମ୍ବର ୧୮ରୁ ୨୧ ତାରିଖ ମଧ୍ୟରେ ବର୍ଷା ସହ ଝଡ଼ିପବନ ବହିପାରେ। ଏହାକୁ ନେଇ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସତର୍କତା ବଢ଼ିଛି। ସବୁଠାରୁ ଅଧିକ ଚିନ୍ତା ରହିଛି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ନେଇ । ଏହା ସହ ରାୟଗଡ଼ା ଓ ପୁରୀ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା, ନଦୀନାଳର ଜଳସ୍ତର ବଢ଼ିବା ଏବଂ ପାହାଡ଼ିଆ ଅଞ୍ଚଳରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିଶେଷକରି ଗଞ୍ଜାମ ଜିଲ୍ଲା ପାଇଁ ପୁଣି ବଢ଼ିଛି ଚିନ୍ତା । ଗତ ମାସରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଆସିକା, ସୋରଡ଼ା, ଭଞ୍ଜନଗର ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା ।

ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହେବା ସହ ଘରେ ପାଣି ପଶିଥିଲା । ଏବେ ପୁଣି ବର୍ଷା ହେଲେ ପୂର୍ବରୁ ପ୍ରଭାବିତ ଅଞ୍ଚଳରେ ସମସ୍ୟା ବଢ଼ିପାରେ । ମାଟିରେ ଆର୍ଦ୍ରତା ଅଧିକ ରହିଥିଲେ ଅଳ୍ପ ସମୟରେ ପ୍ରବଳ ବର୍ଷା ମଧ୍ୟ ଜଳବନ୍ଦୀ ସ୍ଥିତି ସୃଷ୍ଟି କରିପାରେ। ଅନ୍ୟପଟେ ବାତ୍ୟା ପ୍ରଭାବରେ ଚାଷୀଙ୍କ ଚିନ୍ତା ମଧ୍ୟ ବଢ଼ିଛି । ଏବେ ଖରିଫ୍ ଧାନ ଅମଳ ସମୟ। ଅନେକ ଅଞ୍ଚଳରେ ଧାନ ପାଚି ଅମଳ ଅପେକ୍ଷାରେ ରହିଛି । ଏଭଳି ସମୟରେ ପ୍ରବଳ ବର୍ଷା ଓ ଝଡ଼ିପବନ ହେଲେ ଧାନ ଗଛ ଶୋଇପଡ଼ିବା ସହ ଫସଲ ନଷ୍ଟ ହୋଇପାରେ । କ୍ଷେତରେ କଟା ହୋଇ ପଡ଼ିଥିବା ଧାନ ମଧ୍ୟ ବର୍ଷାରେ ଭିଜି ନଷ୍ଟ ହେବା ଆଶଙ୍କା ରହିଛି । ତେଣୁ ପାଗ ଓ କ୍ଷେତର ସ୍ଥିତିକୁ ଦେଖି ପାଚିଲା ଧାନ ଅମଳ କରିବା ଏବଂ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ଛାତ ତଳେ ରଖିବା ଜରୁରୀ ହୋଇପଡ଼ିଛି । ସମୁଦ୍ର ମଧ୍ୟ ଅଶାନ୍ତ ରହିବାର ଆଶଙ୍କା ରହିଛି ।

ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବା ସହ ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିପାରେ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ କରାଯାଇଛି । ସମୁଦ୍ରରେ ଥିବା ମାଛଧରା ଡଙ୍ଗାଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି । ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶେଷକରି ଗଞ୍ଜାମର ଭଞ୍ଜନଗର ଅଞ୍ଚଳରେ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନଜର ରଖିବା ଏବଂ ଆବଶ୍ୟକ ପଡ଼ିଲେ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରିବା ଜରୁରୀ ।

ତେବେ ଜଳ ଛଡ଼ାଯିବା ପୂର୍ବରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ଆଗୁଆ ସତର୍କ କରାଯିବା ଆବଶ୍ୟକ। ସେହିପରି ସମ୍ଭାବ୍ୟ ଜଳବନ୍ଦୀ, ବିଦ୍ୟୁତ୍ ସରବରାହ ବାଧା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଏବଂ ଏନ୍ ଡିଆର୍ ଏଫ୍ ଭଳି ଉଦ୍ଧାରକାରୀ ଦଳର ସହାୟତା ଆବଶ୍ୟକ ପଡ଼ିପାରେ । ବାତ୍ୟାର ଗତିପଥରେ ପରିବର୍ତ୍ତନ ହେଲେ ପ୍ରଶାସନକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଓଡ଼ିଶାରେ ବାତ୍ୟା ‘ଆକଭାନ୍’ର ପ୍ରଭାବ କେତେ ରହିବ? ଗଞ୍ଜାମ ଓ ଗଜପତିରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବ କି? ନା ବର୍ଷାର ପ୍ରଭାବ ସୀମିତ ରହିବ? ବାତ୍ୟାର ପରବର୍ତ୍ତୀ ଗତିପଥ ଏବଂ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଉପରେ ଏବେ ସମସ୍ତଙ୍କ ନଜର ।

  • Related Posts

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    ଭୁବନେଶ୍ୱର ୧୭/୧୧/୨୦୨୬ : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଇନ୍ଧନ-ଦକ୍ଷ ଚୁଲା…

    Continue reading
    ସୋଆ କପ୍‌ ୨୦୨୬ ଉଦ୍‌ଘାଟିତ

    ଭୁବନେଶ୍ୱର, ୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୫ ସୋଆ ଷ୍ଟାଡିୟମ୍‌ ଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ଦିନ ଧରି ଚାଲିବାକୁ ଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !