ଜୁନ୍‌ ୧୫ ପରେ ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର : ବିଜେପିରେ ଖୁବ୍‌ଶୀଘ୍ର ବଡ଼ଧରଣର ଅଦଳବଦଳ ହେବ । ମୋଦିଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହ ନିତିନ ନବୀନଙ୍କ ନୂଆ ଟିମ୍‌ ବି ଗଢ଼ା ହେବ । ଏନେଇ ବିଜେପି ଓ ଆରଏସଏସରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି । ଜୁନ୍‌ ୧୫ରେ ମଳ ମାସ ସରିବା ପରେ ବିଜେପି ଗୁରୁତ୍ୱପୂର୍ଣ୍ଣ଼ ନିଷ୍ପତ୍ତି ନେବ ବୋଲି ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଦଳ ପକ୍ଷରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ, ସଂଗଠନରେ ଅଦଳବଦଳ ଆଦିକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ଜାରିରହିଛି । ବିଭିନ୍ନ ରାଜ୍ୟର ନେତାଙ୍କୁ ଡକାଯାଇ ଦିଲ୍ଲୀରେ ଆଲୋଚନା କରାଯାଉଛି । ନିକଟରେ ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ଆସାମର ନେତାମାନେ ଦଳୀୟ ମୁଖ୍ୟାଳୟକୁ ଯାଇ ଆଲୋଚନା କରିଛନ୍ତି । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ଼ଙ୍କ ଉପସ୍ଥିତିରେ ସେମାନେ ଆଲୋଚନା କରିଥିଲେ । ନିୟମିତ ବ୍ୟବଧାନରେ ବିଭିନ୍ନ ରାଜ୍ୟ ଟିମ୍‌ ସହ ବି ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଦିନିଆ ବିଦେଶ ଗସ୍ତ ସାରି ଭାରତକୁ ଫେରି ଆସିଛନ୍ତି । ମୋଦିଙ୍କ ସହ ମଧ୍ୟ ବରିଷ୍ଠ ନେତାମାନେ ଏନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ।
ଏତଦ୍‌ବ୍ୟତୀତ ଦିଲ୍ଲୀ, ହରିୟାଣା, ତ୍ରିପୁରା, ପଞ୍ଜାବ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ରାଜ୍ୟ ସଭାପତି ଚୟନ କରାଯିବା ସହ ନବୀନଙ୍କ ନୂଆ ଜାତୀୟ ଟିମ୍‌ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିପରି ଚଳିତ ବର୍ଷ କେତେକ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ହେବ । ଜୁନରୁ ନଭେମ୍ବର ମଧ୍ୟରେ ନିର୍ବାଚନ ହେବାର ଥିବାରୁ ସାଂଗଠନିକ ଦକ୍ଷତା ଥିବା ନେତାଙ୍କୁ ସୁଯୋଗ ମିଳିବ ବୋଲି ଜାଣିବାକୁ ମିଳିଛି । ଆନ୍ଧ୍ରପ୍ରଦେଶରେ ୪, କର୍ଣ୍ଣାଟକରେ ୪, ଗୁଜୁରାଟରେ ୪, ମଧ୍ୟପ୍ରଦେଶରେ ୩, ରାଜସ୍ଥାନରେ ୩, ମେଘାଳୟରେ ୧, ମଣିପୁରରେ ୧, ଝାରଖଣ୍ଡରେ ୧, ଅରୁଣାଚଳପ୍ରଦେଶରେ ୧, ମିଜୋରାମରେ ୧, ଉତ୍ତରପ୍ରଦେଶରେ ୧୦ ଓ ଉତ୍ତରାଖଣ୍ଡରେ ୧ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏନେଇ ବିଭିନ୍ନ ରାଜ୍ୟରୁ ମଧ୍ୟ ସମ୍ଭାବ୍ୟ ତାଲିକା ମଗାଯାଇଛି । ରାଜ୍ୟ ନିର୍ବାଚନ କମିଟି ଏସଂକ୍ରାନ୍ତରେ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ତାଲିକା ପ୍ରଦାନ କରିବ । ତାମିଲନାଡୁର ବିଜେପି ନେତାଙ୍କୁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ରାଜ୍ୟସଭାକୁ ପଠାଯିବ । ସେହିପରି ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କିଛି ବରିଷ୍ଠ ନେତାଙ୍କୁ ନିଜ ରାଜ୍ୟ କିମ୍ବା ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ପଠାଇବା ପାଇଁ ଯୋଜନା କରାଯାଇଛି ।

  • Related Posts

    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading
    ଖୁସିଖବର : ନଭେମ୍ବର ସୁଦ୍ଧା ସରିବ ଅଧ୍ୟାପକ ନିଯୁକ୍ତି  

    ଭୁବନେଶ୍ୱର, ଅକ୍ଟୋବର ୩: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ